ରାଖୀ ସାୱନ୍ତଙ୍କ ନୂଆ ଲୁକ୍ ସ୍ପାଇଡର ମ୍ୟାନ୍
ମୁମ୍ବାଇ : ବଲିଉଡର ଡ୍ରାମା କୁଇନ୍ ତଥା ହଟ ଗାର୍ଲ ରାଖୀ ସାୱନ୍ତଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ଏଥର ସେ ଭିନ୍ନ ଢ଼ଙ୍ଗରେ ସଜେଇ ହେବ ସହ ନୂଆ ଅବତାରରେ ଦର୍ଶନ ଦେଇଛନ୍ତି । ସେ ରାଖୀ ସାୱନ୍ତରୁ ସାଜିଛନ୍ତି ସ୍ପାଇଡର ମ୍ୟାନ୍। ଲାଲ ଏବଂ ନୀଳ ରଙ୍ଗର ସ୍ପାଇଡର ମ୍ୟାନ୍ ପୋଷାକ ପିନ୍ଧି ରାସ୍ତା ଉପରକୁ ଓହ୍ଲାଇଛନ୍ତି ରାଖୀ। ହାତରେ ଟ୍ରଲି ବ୍ୟାଗ, ବେକରେ ବଡ଼ ବଡ଼ ଗୋଲ୍ଡେନ ଚେନ୍। ଦେହରେ ସ୍ପାଇଡର ମ୍ୟାନ୍ ପୋଷକ ପିନ୍ଧି ବାହାରିଛନ୍ତି ରାଖୀ ସାୱନ୍ତି। ବିଗ୍ବସ୍ ଓଟିଟିରେ ଭାଗ ନେବାକୁ ସେ ଏହି ନୂଆ ରୂପ ଧାରଣ କରିଛନ୍ତି। ବିଗ୍ବସ-୧୪ରେ ଲୋକଙ୍କ ମନୋରଂଜନ କରିସାରିଥିବା ରାଖୀ ପୁଣିଥରେ ବିଗ୍ବସ-୧୫ରେ ଭାଗ ନେବାକୁ ଯାଉଛନ୍ତି। ତାଙ୍କୁ ନିକଟରେ ସ୍ପାଇଡରମ୍ୟାନ୍ ଅବତାରରେ ବିଗ୍ବସ ଓଟିଟି ସେଟ୍ରେ ଦେଖିବାକୁ ମିଳିଛି।
ପ୍ରଥମ ନଜରରେ ରଖୀ ସାୱନ୍ତଙ୍କୁ ଚିହ୍ନି ପାରିନଥିଲେ ଫଟୋଗ୍ରାଫର। କାରଣ ରାଖୀ ତାଙ୍କ ମୁହଁରେ ସ୍ପାଇଡର ମ୍ୟାନ୍ର ମାସ୍କ ପିନ୍ଧିଥିଲେ। ସେ ନିଜ ମୁହଁର ଗୋଟିଏ ପାର୍ଶ୍ୱରେ ସ୍ପାଇଡର ମ୍ୟାନ୍ ମେକଅପ୍ ମଧ୍ୟ କରିଥିଲେ। ସେ ସ୍ପାଇଡର ମ୍ୟାନ୍ର ଗେଟ୍ଅପ୍ ନେବା ପାଇଁ କୌଣସି ବି ତ୍ରୁଟି ରଖିନଥିଲେ। ଏଭଳି ସ୍ଥିତିରେ କେହି ବି ତାଙ୍କୁ ଚିହ୍ନିବା ମୁସ୍କିଲ୍ ହୋଇପଡିଥିଲା। କିନ୍ତୁ ମିଡିଆକୁ ଯେତେବେଳେ ସେ ରାଖୀ ସାୱନ୍ତ ବୋଲି ସୂଚନା ମିଳିଥିଲା ସେତେବେଳେ ସମସ୍ତେ ଚକିତ ହୋଇପଡିଥିଲେ। ତାଙ୍କ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କ ଭିଡ ଜମି ଯାଇଥିଲା। ରାଖୀଙ୍କ ଏହି ସ୍ପାଇଡର ମ୍ୟାନ୍ ଲୁକ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
