ବିରୋଧୀ ଦଳର କକ୍ଷତ୍ୟାଗ କାରଣରୁ ରାଜ୍ୟସଭା ସାରା ଦିନ ପାଇଁ ମୁଲତବୀ
ନୂଆଦିଲ୍ଲୀ : ବିରୋଧୀ ଦଳ ମାନଙ୍କର ସଦସ୍ୟ ମାନେ ରାଜ୍ୟସଭାରେ କକ୍ଷତ୍ୟାଗ କରିବାକୁ ଗୃହକୁ ଦିନକ ପାଇଁ ସ୍ଥଗିତ କରା ଯାଇଥିଲା । ସରକାର ବନ୍ଧ ସୁରକ୍ଷା ବିଧେୟକ -୨୦୧୯ ଉପରେ ଆଲୋଚନା କରିବାକୁ ଚାହୁଁଥିଲେ ହେଁ ବିରୋଧୀ ଦଳର ସାଂସଦ ମାନେ ୧୨ ସଭ୍ୟଙ୍କୁ ନିଲମ୍ବିତ କରା ଯିବା ଘଟଣାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀ ରାଜ୍ୟସଭାରେ ଉପ ସଭାପତି ହରିବଂଶଙ୍କୁ ଉପରୋକ୍ତ ବିଧେୟକ ଉପରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଆଲୋଚନାରେ ବିରୋଧୀ ଦଳ ମାନେ ସହଭାଗୀ ହୁଅନ୍ତୁ ଏହା ସରକାର ଚାହାନ୍ତି । ବିରୋଧୀ ସାଂସଦ ମାନେ କକ୍ଷତ୍ୟାଗ କରିବା କାରଣରୁ ସେ କହିଥିଲେ ଯେ ଯଦି ସେମାନେ କାଲି ଗୃହକୁ ଆସନ୍ତି ତେବେ ସରକାର ଏହି ବିଲ ଉପରେ ଆଲୋଚନା କରିବାକୁ ଚାହିଁହେ । ଆମ ଦଳ ସବୁଠାରୁ ଅଧିକ ଗଣତାନ୍ତ୍ରିକ ଓ ଆମର ନେତା ସବୁଠାରୁ ଅଧିକ ଗଣତାନ୍ତ୍ରିକ ଅଟନ୍ତି । ରାଜ୍ୟସଭାରେ ଆଜି ଏହି ବିଲ ଉପରେ ଚର୍ଚା ହେବାର ଥିଲା । କକ୍ଷତ୍ୟାଗ କାରଣରୁ ଉପ ସଭାପତି ହରିବଂଶ ଗୃହକୁ ସାରା ଦିନ ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
