ପିସ୍ତଲ ସୁଟିଂରେ ୩ ପଦକ ପାଇଲେ ପୁରୀର ରାଜନାରାୟଣ
ପୁରୀ : ୧୧ତମ ରାଜ୍ୟ ପିସ୍ତଲ ସୁଟିଂରେ ପୁରୀର ସୁଟର ରାଜନାରାୟଣ ଖୁଂଟିଆ ୩ଟି ପଦକ ହାସଲ କରିଛନ୍ତି । ପୁରୀ ରାଇଫଲ ଆସୋସିଏସନ ପକ୍ଷରୁ ରାଜନାରାୟଣ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜାତୀୟ ରାୟ ରାଇଫଲ ଆସୋସିଏସନର ଉପସଭାପତି କଳିକେଶ ନାରାୟଣ ସିଂହଦେଓ, ଉତ୍କଳ କରାଟେ ସ୍ଲୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ରାଜନାରାୟଣଙ୍କୁ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଲ ବ୍ରୋଞ୍ଜ ପ୍ରଦାନ କରିଥିଲେ । ଗତ ୮ ତାରିଖରୁ ୧୧ ତାରିଖ ମଧ୍ୟରେ ଏହି ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପଦକ ପାଇବା ପରେ ରାଜନାରାୟଣ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହେଲା ବୋଲି କହିଛନ୍ତି ।
