୩୧ ବର୍ଷ ପରେ ଜେଲରୁ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ଦୋଷୀ ନଳିନୀ ଶ୍ରୀହରନ ଦୀର୍ଘ ୩୧ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି । ସୁପ୍ରିମକୋର୍ଟ ଗତକାଲି ହତ୍ୟାକାଣ୍ଡର ସମସ୍ତ ୬ ଅଭିଯୁକ୍ତଙ୍କୁ ମୁକୁଳାଇବାକୁ ଆଦେଶ ଦେଇଥିଲେ ।
ଜେଲରୁ ମୁକୁଳିବା ପୂର୍ବରୁ ନଳିନୀ ଶ୍ରୀହରନ ଆଜି ସକାଳେ ହିଁ ବିଲ୍ଲୋର ଥାନା ଯାଇଥିଲେ । ପାରୋଲ ସର୍ତ୍ତ ଅନ୍ତର୍ଗତ ନଳିନୀ ଜେଲରେ ହାଜର ହୋଇଥିଲେ । ସମୟ ପୂର୍ବରୁ ମୁକୁଳିବା ପାଇଁ ନଳିନୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନଳିନୀ ମୁକୁଳାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ କଂଗ୍ରେସ ଦୁର୍ଭାଗ୍ୟଜନକ କହିଛି ।
