ଷ୍ଟେସନର ଆଧୁନିକୀକରଣ ପାଇଁ ରେଲୱେ ଆଣିଲା ଅମୃତ ଭାରତ ଷ୍ଟେଶନ ଯୋଜନା
ନୂଆଦିଲ୍ଲୀ : ରେଳ ମନ୍ତ୍ରାଳୟ ଅମୃତ ଭାରତ ଷ୍ଟେଶନ ଯୋଜନା ନାମରେ ଷ୍ଟେସନର ଆଧୁନିକୀକରଣ ପାଇଁ ଏକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଦୀର୍ଘକାଳୀକ ଦୃଷ୍ଟିକୋଣ ସହିତ ନିରନ୍ତର ଷ୍ଟେସନର ବିକାଶର ପରିକଳ୍ପନା କରାଯାଇଛି । ଏହି ଦୀର୍ଘକାଳୀକ ମାଷ୍ଟର ପ୍ଲାନିଂ ଉପରେ ଆଧାରିତ । ଏଥିରେ ଷ୍ଟେସନର ଆବଶ୍ୟକତା ଏବଂ ସଂରକ୍ଷଣ ଅନୁଯାୟୀ ମାଷ୍ଟର ପ୍ଲାନରେ କାର୍ଯ୍ୟ ହେବ ।
