ଆଜିଠୁ ୨ ଦିନିଆ କଳାହାଣ୍ଡି ଗସ୍ତରେ ରେଳ ମନ୍ତ୍ରୀ
କଳାହାଣ୍ଡି : ବିଜେପି ପକ୍ଷରୁ ଆୟୋଜିତ ଜନ ଆଶିର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଆଜିଠୁ ୨ ଦିନିଆ କଳାହାଣ୍ଡି ଗସ୍ତରେ ଯାଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମେ ଆମପାଣି ବୁଢାରଜା ମନ୍ଦିରରେ ପୁଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରବିବାର କେସିଙ୍ଗାରେ ସମ୍ବର୍ଦ୍ଦନା ସଭା ଶେଷ କରି ଟିଟିଲାଗଡ ଅଭିମୁଖେ ଯାତ୍ରା କରିବେ ।
ଏ ନେଇ ଜିଲାବ୍ୟାପୀ ୨୨ଟି ସ୍ଥାନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଏହି ଯାତ୍ରାକୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲାର ପ୍ରତ୍ୟେକ ସ୍ଥାନରେ ଦଳୀୟ ପତକା ସହ ନେତାଙ୍କ ହୋଡିଂ ଲାଗିଛି । ରେଳ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କଳାହାଣ୍ଡିର ରେଲୱେ ବିକାଶ ଉପରେ କିଛି ଘୋଷଣା କରିବେ ବୋଲି ଆଶାବାଦୀ ରହିଛି । ଗତକାଲି ରାୟଗଡା ଓ କୋରାପୁଟ ଜିଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
