ଏଣିକି ଡାକଘରେ ରେଳ ଟିକଟ ବୁକିଂ, ଆଜିଠୁ ଦେଶବ୍ୟାପୀ ସେବା ଆରମ୍ଭ
ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଡାକଘରେ (ପୋଷ୍ଟ ଅଫିସ୍)ରେ ହୋଇପାରିବ ଟିକଟ ବୁକିଂ । ଭାରତୀୟ ରେଳ ବିଭାଗର ଆଇଆରସିଟିସି ପକ୍ଷରୁ ଏହି ନୂଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ରେଳ ଟିକଟ ବୁକିଂ ପାଇଁ ଭାରତୀୟ ରେଳବାଇ ଏଭଳି ନୂତନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଆଜି ଠାରୁ ଏହି ସେବା ସୁବିଧା ଉପଲବ୍ଧ ହେବ। ରେଳଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ ନିକଟସ୍ଥ ଡାକଘରୁ ଆଗୁଆ ରେଳ ଟିକେଟ ବୁକିଂ କରିପାରିବେ । ଏଭଳି ସୁବିଧା ମିଳିବା ଫଳରେ ରେଳ ଷ୍ଟେସନର ଟିକଟ କାଉଣ୍ଟରରେ ଭିଡକୁ ହ୍ରାସ କରାଯାଇପାରିବ।
କେନ୍ଦ୍ର ରେଳ ଓ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଉତ୍ତରପ୍ରଦେଶର ୯୧୪୭ଟି ଡାକଘରେ ରେଳ ସଂରକ୍ଷଣ (ରେଲୱେ ରିଜରଭେସନ) ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲିଠାରୁ ସବୁ ରାଜ୍ୟର ସମସ୍ତ ଶାଖା ଡାକଘରେ ଏହି ସୁବିଧା ଉପଲବ୍ଧ ହେବ। ଗ୍ରାମୀଣ ଡାକସେବକ ରେଳ ଯାତ୍ରୀଙ୍କ ପାଇଁ ସଂରକ୍ଷଣ ଟିକେଟ ଜାରି କରିପାରିବେ। ରେଳ ଟିକେଟ ବୁକ୍ କରିବାର ପ୍ରଣାଳୀ ଆଇଆରସିଟିସିର ସହଯୋଗରେ ଲାଗୁ କରାଯିବ। ଆଇଆରସିଟିସିର ଅଧୀକୃତ ଏଜେଣ୍ଟ ଭଳି ଗ୍ରାମୀଣ ଡାକସେବକ ଦୂରଦୂରାନ୍ତ ଗ୍ରାମରେ ଟିକେଟ ପ୍ରସ୍ତୁତ କରିପାରିବେ।
