ରାହୁଲଙ୍କ ଆକାଉଣ୍ଟ ଅନ୍ଲକ କଲା ଟ୍ୱିଟର
ନୂଆଦିଲ୍ଲୀ : ଶେଷରେ କଂଗ୍ରେସ ଆଗରେ ମୁଣ୍ଡ ନୁଆଁଇଲା ଟ୍ୱିଟର । ଅସ୍ଥାୟୀ ଭାବେ ସସପେଣ୍ଡ ହୋଇଥିବା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ଶନିବାର ଅନଲକ ହୋଇଛି। ଦିଲ୍ଲୀର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ତେବେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ରାହୁଲ ଗାନ୍ଧି ଟ୍ୱିଟ କରିଥିଲେ। ଏଥିପାଇଁ ଟ୍ୱିଟ ପକ୍ଷରୁ ରାହୁଲଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା। ଖାଲି ରାହୁଲ ଗାନ୍ଧି ନୁହନ୍ତି, କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଓ ଅନେକ ନେତାଙ୍କ ଟ୍ୱିଟ ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା।
Twitter unlocks account of Congress leader Rahul Gandhi
— ANI (@ANI) August 14, 2021
(File photo) pic.twitter.com/iZJndd3aV0
ସୂଚନା ଯେ, ରାହୁଲ ଗାନ୍ଧିଙ୍କ ଆକାଉଣ୍ଟ ଟ୍ୱିଟରରେ ଦିଲ୍ଲୀରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାର ନଅ ବର୍ଷର ପୀଡିତାଙ୍କ ପିତାମାତାଙ୍କ ବୈଠକର ଚିତ୍ର ସେୟାର କରିଥିବାରୁ ସ୍ଥଗିତ ରଖାଯାଇଛି । କଂଗ୍ରେସ ପକ୍ଷରୁ ଏନେଇ ଟ୍ୱିଟରରେ ସ୍ପଷ୍ଟ କରାଯାଇଛି । ଏହାସହ ବନ୍ଦ ହୋଇଥିବା ସମସ୍ତ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ବି ଅନଲକ କରାଯାଇଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଗତକାଲି ଟ୍ୱିଟରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ କମ୍ପାନୀ ଭାରତରେ ବ୍ୟବସାୟ କରୁନାହିଁ, ଏହା ଦେଶର ରାଜନୀତିର ଦିଗ ସ୍ଥିର କରିବାକୁ କାର୍ଯ୍ୟ କରୁଛି । ରାହୁଲ ଗାନ୍ଧୀ କହିଥିଲେ ଯେ ଜଣେ ରାଜନେତା ଭାବରେ ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ । କମ୍ପାନୀ ଦ୍ୱାରା ଏଭଳି ପଦକ୍ଷେପ ନିଆଯିବା ହେଉଛି ଦେଶର ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ । ସବୁ ଭିତରେ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଥିଲା। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନସିପିସିଆର ଟ୍ୱିଟରକୁ କହିଥିଲେ। ଏହାପରେ ଟ୍ୱିଟର ଉକ୍ତ ଟ୍ୱିଟକୁ ହଟାଇବା ସହ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ଅସ୍ଥାୟୀ ରୂପେ ସସପେଣ୍ଡ କରିଥିଲା।
