ଓଲମରାରେ ରାବଣପୋଡି : ଯୋଗ ଦେଲେ ସଂସ୍କୃତି ମନ୍ତ୍ରୀ
ଜଳେଶ୍ୱର : ଜଳେଶ୍ୱର ବ୍ଲକର ଓଲମରା ଦୁର୍ଗାପୂଜା କମିଟି ପକ୍ଷରୁ ବୁଧବାର ସଂଧ୍ୟାରେ ଓଲମରା କଲେଜ ପଡିଆରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ରାଇବଣିଆ ଥାନା ନିକଟସ୍ଥ ପୂଜା ମଣ୍ଡପରୁ ରାମ, ଲକ୍ଷ୍ମଣ, ହନୁମାନ ଓ ବିଭିଷଣ ବେଶରେ ୪ଜଣ କୁନି ପିଲାଙ୍କୁ ସଜାଇ ରାବଣ ପୋଲି ପଡିଆରେ ପହଞ୍ଚିଥିଲେ । ଓଡିଆ ଭାଷା ସାହିତ୍ୟ- ସଂସ୍କୃତି-ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଧର୍ମ ଉପରେ ଧର୍ମର ବିଜୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପୁନମ୍ ରାଉତ, ଆଇନ୍ଜିବୀ ଚିନ୍ମୟ ଦାସ, ପୂଜା କମିଟିର ଯତୀନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
