କାବୁଲ ବିମାନ ବନ୍ଦରର ଦାୟିତ୍ଵ ନେବନି କାତାର
A Pakistan International Airlines plane carrying a handful of passengers, which is the first international commercial flight to land since the Taliban retook power in Afghanistan on August 15, lands at the airport in Kabul, on September 13, 2021. (Photo by Karim SAHIB / AFP)
ଦୋହା : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିଛି। ହେଲେ ସ୍ଥିତି ଏ ଯାଏଁ ସ୍ଵାଭାବିକ ହୋଇନି। ପାକିସ୍ତାନକୁ ବାଦ୍ ଦେଲେ ଅନ୍ୟ କୌଣସି ଦେଶ କାବୁଲ ସହ ବିମାନ ସେବା ଚଳାଚଳ ଆରମ୍ଭ କରି ନାହାନ୍ତି। ଏହି କ୍ରମରେ କାବୁଲ ବିମାନ ବନ୍ଦରରୁ ବିମାନ ସଞ୍ଚାଳନ ନେଇ ହାତ ଟେକି ଦେଇଛି କାତାର। କାତାର କହିଛି ଯେ ପର୍ଯ୍ୟନ୍ତ ତାଲିବାନ ଏବଂ ଅନ୍ୟ ପକ୍ଷ ସହ ନିଜର ସଞ୍ଚାଳନ ବିଷୟରେ ସ୍ପଷ୍ଟ ଚୁକ୍ତି ନହୋଇଛି ସେ ପର୍ଯ୍ୟନ୍ତ ସେ କାବୁଲ ବିମାନ ବନ୍ଦରର ଦାୟିତ୍ଵ ନେବ ନାହିଁ। ସାମ୍ବାଦିକ ସମ୍ମିଳନୀରେ କାତାରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲରେହମାନ ଅଲ ଥାନି କହିଛନ୍ତି, ସେ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗ ଉପରେ ସ୍ପଷ୍ଟ ନହୋଇଛି ସେ ପର୍ଯ୍ୟନ୍ତ କାତାର କାବୁଲ ବିମାନ ବନ୍ଦରରେ ବିମାନ ସଞ୍ଚାଳନ ଦାୟିତ୍ଵ ନେବ ନାହିଁ। ବର୍ତ୍ତମାନ ଏହା ଉପରେ ବିଚାର ଚାଲିଥିବା ସେ କହିଛନ୍ତି।
ଗତ ମାସରେ ଆମେରିକାର ନେତୃତ୍ଵାଧୀନ ନାଟୋ ସେନାର ପ୍ରତ୍ୟାହାର ପରେ ଦୋହା ଆଫଗାନିସ୍ତାନରେ ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା, ଯିଏ ହଜାର ସଂଖ୍ୟାକ ବିଦେଶୀ ଏବଂ ଆଫଗାନିଙ୍କୁ କାଢିବାରେ ସାହାଯ୍ୟ କରିଛି। କାତାର ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ସହ କାବୁଲ ବିମାନ ବନ୍ଦରର ସଞ୍ଚାଳନରେ ସହଯୋଗ କରିବ ବୋଲି କହିଛି। ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଅଲ ଜଜିରାକୁ କହିଛନ୍ତି ଯେ, ବିମାନ ବନ୍ଦରର ସୁରକ୍ଷିତ ସଞ୍ଚାଳନ ପାଇଁ ପ୍ରୟାସ ଜାରି ରହିଛି। ଭବିଷ୍ୟତରେ କାତାର ଏବଂ ତୁର୍କୀ ସହ ବିମାନ ଚଳାଚଳ ନେଇ ଆଲୋଚନା ଜାରି ରହିଛି ବୋଲି ମୁଖପାତ୍ର କହିଛନ୍ତି। ତାଲିବାନ ଦେଶରେ ସୁରକ୍ଷା ସ୍ଥିତି କାଏମ ପାଇଁ ତୁର୍କୀକୁ ଅସ୍ତ୍ର ଶସ୍ତ୍ର ଯୋଗାଇ ଦେବାକୁ କହିଥିଲା। ହେଲେ ତୁର୍କୀ ତାଲିବାନର ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଶ କରୁଛି। ହେଲେ ତୁର୍କୀ ତାଲିବାନର ଏହି ପ୍ରସ୍ତାବ ପ୍ରତି କମ ଉତ୍ସାହ ଦେଖାଇଛି।
