ପୁଷ୍ପା ଫିଲ୍ମର ଆଇଟମ ସଙ୍ଗ୍ ‘ଓଓ ଆଣ୍ଟାଭା’ ପାଇଁ ସମନ୍ଥା ନେଲେ ଏତେ ଟଙ୍କା
ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରି ଚର୍ଚ୍ଚିତ ଅଭିନେତା ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ଦି ରାଇଜ୍’ ଦର୍ଶକ ଏବଂ ପ୍ରଶଂସକ ମାନଙ୍କ ଦ୍ୱାରା ବହୁ ପ୍ରଶଂସା ସାଉଁଣ୍ଟିଛି । ଫିଲ୍ମର ଧମାଲ ଏବେ ଓଟିଟି ରେ ବି ଜବରଦସ୍ତ ଚାଲିଛି । ଏହି ଚଳଚ୍ଚିତ୍ରଟି ଜାନୁଆରୀ ୧୪ ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା । ‘ପୁଷ୍ପା’ ଫିଲ୍ମରେ ପ୍ରତିଟି ଅଭିନୟକୁ ଦର୍ଶକ ଓ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି । ତେବେ ଫିଲ୍ମରେ ଥିବା ଏକ ଚର୍ଚ୍ଚିତ ଗୀତ ଓଓ ଆଣ୍ଟାଭା ସଙ୍ଗ ଏବେ ସମସ୍ତଙ୍କ ଦିଲରେ ରାଜ୍ କରୁଛି।
ଆଜିକାଲି ଓଓ ଆଣ୍ଟାଭା (Oo Antava) ଗୀତ ସମସ୍ତଙ୍କ ମୁଖସ୍ତରେ ଅଛି। ଏହି ଗୀତରେ ନିଜ ହଟ୍ ଲୁକ୍ ରେ ଦର୍ଶକଙ୍କୁ ଘାଇଲା କରିଛନ୍ତି ସମନ୍ଥା । ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ ଏହି ଗୀତରେ ନିଜର ହଟ ଏବଂ ବୋଲ୍ଡ ଅନ୍ଦାଜ ସହ ଆଖି ଖୋସିଦେଲା ଭଳି ଡ୍ୟାନ୍ସ ଦେଖାଇଛନ୍ତି । ତେବେ ସୂଚନାନୁଯାୟୀ ଅଭିନେତ୍ରୀ ସମନ୍ଥାଙ୍କ ପ୍ରଥମ ଆଇଟମ୍ ଗୀତ । ତେବେ, ଏହି ଗୀତ ପାଇଁ ସମନ୍ଥା କେତେ ଟଙ୍କା ନେଇଛନ୍ତି ତାହା ଜାଣିବା ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଏକ ଉତ୍ସାହ ଦେଖାଦେଇଛି।
ସମନ୍ଥାଙ୍କୁ ଯେତେବେଳେ ଡାଇରେକ୍ଟର ଏହି ଗୀତର ପୃଷ୍ଠଭୂମି ବତାଇଥିଲେ ସେତେବେଳେ ସମନ୍ଥା ଏହି ଗୀତରେ ପରଫର୍ମ କରିବେ ନା ନାହିଁ ଟିକେ ଦ୍ୱନ୍ଦ୍ୱରେ ଥିଲେ । ପରେ ନିଷ୍ପତ୍ତି ନେବା ପରେ ବୋଲ୍ଡନେସ ଦେଖାଇବା ପାଇଁ ସେ ୫ କୋଟି ଟଙ୍କା ଦାବି କରିଥିଲେ। ତେବେ ଏହି ଗୀତର ଭ୍ୟୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭଲ ରେସପନ୍ସ ପାଇଛି। କେବଳ ଯେ, ଫ୍ୟାନ୍ସଙ୍କ ଭିତରେ ଏହି ଗୀତର କ୍ରେଜ ଅଛି ତାହା ନୁହେଁ ସେଲିବ୍ରିଟିଙ୍କ ମଧ୍ୟରେ ଏହି ଗୀତଟି ମଧ୍ୟ ଖୁବ ଭଲ ପ୍ରଶଂସା ସାଉଁଣ୍ଟିଛି। ସୂଚନା ଯେ, ଏହି ସୁପରଡୁପର ହିଟ୍ ଫିଲ୍ମରେ ସମନ୍ଥା ପ୍ରଥମ ଥରି ଆଇଟମ ସଙ୍ଗରେ ଡ୍ୟାନ୍ସ କରିଛନ୍ତି । ତାଙ୍କର ଏହି ଗୀତ ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚାରେ ରହିଛି । ଏହା ପ୍ରଥମ ଥର ଯେତେବେଳେ ସମନ୍ଥାଙ୍କୁ ଏପରି ହଟ ଲୁକରେ ଦେଖାଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲ୍ଲୁ ଅର୍ଜୁନ ଏବଂ ରଶମିକା ମନ୍ଦନା ନଜର ଆସିଛନ୍ତି। ‘ପୁଷ୍ପା’ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ ମଧ୍ୟ କରୁଛି ।
