ପୁରୀ ଜିଲ୍ଲା ଓଏଏସ ସଂଘ ବୈଠକ
ପୁରୀ : ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ଓଏଏସ ଅଧିକାରୀ ସଂଘର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ସଂଘର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବା ସହ ସଂଘର ପୁର୍ନଗଠନ କରାଯାଇଥିଲା । ନୂତନ କମିଟି ଗଠନ ସହ ସଦସ୍ୟ ମାନଙ୍କର କଲ୍ୟାଣ ଓ ସୁରକ୍ଷା ପାଇଁ ସଂଘର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ରାଜ୍ୟ ସ୍ତରରେ ଓଏଏସ ଆସୋସିଏସନର ସ୍ୱଳ୍ପ ରହଣି ପାଇଁ ଜମି ଚୂଡାନ୍ତ ହୋଇଛି । ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଆସୋସିଏସନ ବୈଠକରେ ଆଲୋଚନା ପାଇଁ ବିବିଧ ପ୍ରସ୍ତାବ ଦିଆଯାଇଛି । ସଦସ୍ୟ ମାନଙ୍କର ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂକଳ୍ପ ପାରିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଏବଂ ଅନ୍ୟାନ୍ୟ ଓଏଏସ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
