ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ହ୍ୟାକ୍
ପୁରୀ/ଭୁବନେଶ୍ୱର : ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଂଟ ହ୍ୟାକ୍ ହୋଇଛି । ଚୀନର କୌଣସି ଏକ ହ୍ୟାକର ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଆକାଉଂଟକୁ ହ୍ୟାକ୍ କରିନେଇଛି । ଟୁଇଟର ଆକାଉଂଟ ହ୍ୟାକ୍ ହେବା ପରେ ପୁରୀ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ ଏହି ଘଟଣାର ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶନିବାର ଅପରାହ୍ନ ସମୟରେ ପୁରୀ ଜିଲ୍ଲାପାଳଙ୍କ ଟୁଇଟର ଆକାଉଂଟ ହ୍ୟାକ୍ ହେଇଯାଇଥିଲା । ହ୍ୟାକ୍ ହେବାର କିଛି ସମୟ ପରେ ହ୍ୟାକର ଜଣକ ଅନେକ ଟୁଇଟକୁ ରି-ଟୁଇଟ୍ କରିଥିଲା । ଖାଲି ସେତିକି ନୁହେଁ କିଛି କାର୍ଟୁନ ଫଟୋକୁ ମଧ୍ୟ ସେୟାର କରିଥିଲା ।
