ଜାନୁୟାରୀ ୧୬ରୁ ନିୟମିତ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ୍ ସେବା
ଭୁବନେଶ୍ୱର : ପୁରୀରୁ ୦୮୪୨୮ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ୍ ରବିବାର, ମଙ୍ଗଳବାର ଏବଂ ଗୁରୁବାର ଦିନ (୨, ୪, ୬, ୯, ୧୧ ଏବଂ ୧୩.୦୧.୨୦୨୨) ଜାନୁଆରୀ ମାସ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିବ। ପୁରୀରୁ ୦୮୪୨୮ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ୍ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ (୧, ୩, ୫, ୭, ୮, ୧୦, ୧୨, ୧୪ ଏବଂ ୧୫.୦୧.୨୦୨୨) ଜାନୁଆରୀ ମାସ ପହିଲା ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତାଳଚେର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ତାଳଚେର ଠାରୁ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ।
ଅନୁଗୁଳରୁ ୦୮୪୨୭ ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ (୩, ୫, ୭, ୧୦, ୧୨ ଓ ୧୪.୦୧.୨୦୨୨) ଜାନୁୟାରୀ ମାସ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପୁରୀ ଯାତ୍ରା କରିବ। ଅନୁଗୁଳରୁ ୦୮୪୨୭ ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର (୨, ୪, ୬, ୮, ୯, ୧୧, ୧୩, ୧୫ ଏବଂ ୧୬.୦୧.୨୦୨୨) ଦିନ ମାନଙ୍କରେ ଅନୁଗୁଳ ପରିବର୍ତେ ତାଲଚେରରୁ ପୁରୀ ଯାତ୍ରା କରିବ ଏବଂ ଅନୁଗୁଳ ଓ ତାଳଚେର ମଧ୍ୟରେ ବାତିଲ ରହିବ। ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ନିୟମିତ ସେବା ପୁରୀରୁ ୧୬.୦୧.୨୦୨୨ ଠାରୁ ଏବଂ ଅନୁଗୁଳରୁ ୧୭.୦୧.୨୦୨୨ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।। ଏହି ଟ୍ରେନ୍ର ସମୟ ସାରଣୀ ଓ ବିଭିନ୍ନ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ରହଣି ଅପରିବର୍ତିତ ରହିବ।
