ପଂଜାବ କେଶରୀ ଲାଲା ଲାଜପତ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଜାବ କେଶରୀ ଲାଲା ଲାଜପତ ରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି- ସ୍ୱାଧୀନତା ସଂଗ୍ରାମୀ ଲାଲା ଲାଜପତ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି । ସେ ସ୍ୱଦେଶୀ ଆନ୍ଦୋଳନର ଜଣେ ଦୃଢ ସମର୍ଥକ ଥିଲେ ଓ ତାଙ୍କର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ତାଙ୍କର ଦୃଢ ସମ୍ପର୍କ ରହିଥିଲା । ତାଙ୍କର ଦେଶ ପ୍ରତି ଭଲ ପାଇବା ଓ ବଳିଦାନ ସମସ୍ତଙ୍କୁ ପ୍ରେରଣା ଦେଉଥିବ ।
