ଚଳିତ ଆରଆଇ ପରୀକ୍ଷାର ପ୍ରୋଭିଜନାଲ ଉତ୍ତର ପ୍ରକାଶ, ଏମିତି ଜାଣନ୍ତୁ …
ଭୁବନେଶ୍ୱର: ରେଭିନ୍ୟୁ ଇନ୍ସପେକ୍ଟର ବା ଆର.ଆଇ ପଦବୀ ପାଇଁ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (ଓଏସଏସଏସସି) ଦ୍ୱାରା ଆୟୋଜିତ ପରୀକ୍ଷା ଆପଣ ଦେଇଛନ୍ତି କି ? ଯଦି ହଁ ତେବେ ଏହି ଖବରଟି ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । କାରଣ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ ଦ୍ୱାରା କରାଯାଇଥିବା ୨୦୨୧ ର ଲିଖିତ ପରୀକ୍ଷାର ପ୍ରୋଭିଜନାଲ ଉତ୍ତର ପ୍ରକାଶ କରାଯାଇଛି । ଆଉ ଜଣେ ପରୀକ୍ଷାର୍ଥୀ ୱେବସାଇଟକୁ ଯାଇ ଉତ୍ତର ଜାଣିପାରିବେ । ସୂଚନା ଯେ, ଓଏସଏସଏସସି ଆର.ଆଇ ପରୀକ୍ଷା ଅଗଷ୍ଟ ୨୯ରେ ଦୁଇଟି ସେସନରେ ପରୀକ୍ଷା ହୋଇଥିଲା । ଉଭୟ ପେପର ୧ ଏବଂ ପେପର ୨ର ଉତ୍ତର ପ୍ରକାଶ ପାଇଥିବାବେଳେ ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୧୦ ଭିତରେ ଯଦି ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ତେବେ ଆପତ୍ତି ଜଣାଇପାରିବେ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଥିବା ବିଭିନ୍ନ ଜିଲ୍ଲା ପ୍ରତିଷ୍ଠାନରେ ରାଜସ୍ୱ ନିରୀକ୍ଷକଙ୍କ ୫୮୬ ଟି ପଦବୀ ପୂରଣ ପାଇଁ ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନଙ୍କ ଦ୍ୱାରା ଏହି ପରୀକ୍ଷା କରାଯାଇଥିଲା ।
ଏଭଳି ଜାଣିପାରିବେ ପ୍ରଶ୍ନର ଉତ୍ତର :
ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ osssc.gov.in କୁ ଯାଆନ୍ତୁ । ନିଜର ରୋଲ୍ ନମ୍ବର, ଜନ୍ମ ତାରିଖ ଇତ୍ୟାଦି ଦେଇ ଲଗ୍ ଇନ୍ କରନ୍ତୁ । ଓଏସଏସଏସସି ଆର.ଆଇ ପରୀକ୍ଷାର ଉତ୍ତର ସେକ୍ସନକୁ ଯାଆନ୍ତୁ ଏବଂ ପ୍ରଦତ୍ତ ଲିଙ୍କରେ କ୍ଲିକ୍ କରନ୍ତୁ । ଉତ୍ତର ସେକ୍ସନ ଡାଉନଲୋଡ୍ କରନ୍ତୁ ଏବଂ ସେଥିରୁ ଏକ ପ୍ରିଣ୍ଟ୍ ବାହାର କରି ଆପଣ ଲେଖିଥିବା ଉତ୍ତର ସହ ମିଳାଇନିଅନ୍ତୁ ।
