୧ ଟଙ୍କାରେ ଲୋକଙ୍କୁ ଡଙ୍ଗା ପ୍ରଦାନ
ଭୁବନେଶ୍ୱର : ଅତୀତର ନୌବାଣିଜ୍ୟକୁ ମନେପକାଇ ପବିତ୍ର କାର୍ତିକ ପୂର୍ଣ୍ଣିମାରେ ସଭିଁଏ ଡଙ୍ଗା ଭସାଉଥିବା ବେଳେ ସାଧବ ପୁଅକୁ ମନେପକାଇ ଡଙ୍ଗା ଭସାଇବା ପରମ୍ପରାକୁ ବଜାୟ ରଖିବାକୁ ଆଜି ଅଭିନବ ଭାବେ ପ୍ରୟାସ କରିଛି ପ୍ରଦୀପ ସେବା ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ବର୍ଷା ଫାଉଣ୍ଡେସନ୍ ସହଯୋଗରେ ଆନିଆ ହାଉସ୍ ଛକଠାରେ ୧ଟଙ୍କାରେ ଲୋକଙ୍କୁ ଡଙ୍ଗା ପ୍ରଦାନ କରାଯାଇଥିଲା । ପ୍ରଦୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବାସୁଦେବ ମିଶ୍ର, ମଧୁସ୍ମିତା ପୃଷ୍ଟି, ବିକାଶ ପାତ୍ର ପ୍ରମୁଖ ପରିଚାଳଣା କରିଥିଲେ । ସେହିପରି ଅପରାହ୍ନ ୩ଟାରୁ ‘ଘଂଟା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସେବା ପ୍ରଦାନ କରିଥିଲେ ।
