ସରକାରୀ ଜାଗାରେ ପଟ୍ଟା ଦେବାକୁ ଦାବି କରି ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ତହସିଲ ସମ୍ମୁଖରେ ବାରବାଟିଆ ଓ ନିମାତପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ଭୂମିହୀନ ଓ ଗରିବ ଲୋକଙ୍କୁ ସରକାରୀ ଜାଗାରେ ପଟ୍ଟା ଦେବାକୁ ଦାବି କରି ଶୁକ୍ରବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହି ଦୁଇ ପଞ୍ଚାୟତ ବାରବାଟିଆ ଓ ନିମାତ୍ପୁର ଗ୍ରାମର ଭୂମିହୀନ ଏବଂ ଗରିବ ଲୋକମାନେ ଆବାହନ କାଳରୁ ପାନବରଜ, କାଜୁ, ନଡ଼ିଆ, ଗୁଆ, ମୂଲ୍ୟବାନ ଗଛ ଓ ପୋଖରୀକାଟି ମାଛଚାଷ କରିବା ସହିତ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ବନ୍ଦବୋସ୍ତ ଓ ଭୋଗରାଇ ପୂର୍ବତନ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାମର ଗରିବଗୁରୁବାମାନେ ସ୍ଥାୟୀ ପଟ୍ଟା ପାଇପାରି ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ମର ବହୁ ଭୂମିହୀନ ଲୋକଙ୍କୁ ଅଦ୍ୟାବଧି ସ୍ଥାୟୀ ପଟ୍ଟାଦେବାରେ ତହସିଲ ଟାଳଟୁଳନୀତି ଗ୍ରହଣ କରୁଥିବା ବେଳେ ବାହାର ପଞ୍ଚାୟତ ଓ ଜିଲାବାହାର ଲୋକଙ୍କୁ ସ୍ଥାୟୀ ପଟ୍ଟା ତହସିଲ ଯୋଗାଇଦେବା ଗରିବ ମାରଣନୀତି ବୋଲି ବିକ୍ଷୋଭକାରୀମାନେ ମତପ୍ରକାଶ କରିଛନ୍ତି । ଦୁଇଗ୍ରାମର ଭୂମିହୀନ ଓ ଗରିବ ଲୋକଙ୍କୁ ଗ୍ରାମ ବାଲିପନ୍ତାରୁ ପୁରୁଷାନୁକ୍ରମେ ଦଖଲରେ ଥିବା ଜାଗାକୁ ସରକାର ଉଚ୍ଛେଦ କଲେ ବ୍ୟାପକ ଗଣ ଆନ୍ଦୋଳନ କରାଯିବା ସହିତ ତହସିଲ ଯୋଗାଇଥିବା ବ୍ୟକ୍ତିଙ୍କୁ ପଟ୍ଟାବଡ଼ିର କରିବାକୁ ଗ୍ରାମବାସୀମାନେ ବିକ୍ଷୋଭ ସମାବେଶରେ ମତପ୍ରକାଶ କରିଛନ୍ତି । ଭିଟାମାଟି ସଂଗ୍ରାମ ସୁରକ୍ଷା କମିଟିର ଆବାହକ ସରପଞ୍ଚ ବାସୁଦେବ ମହାନ୍ତି, ସମିତିସଦସ୍ୟ ଭଗବାନ ରଣା, ଗୋପବନ୍ଧୁ ମହାପାତ୍ର, ହରିହର ପାତ୍ର, ସତ୍ୟନାରାୟଣ ଜେନା, ସୁଭାଷ ମହାପାତ୍ର, ପ୍ରଦୀପ କୁମାର ଜେନା, ସୁଧିର ଦଳାଇ, ଉତ୍ତମ ଦଳାଇ, ରବୀନ୍ଦ୍ର ଦଳାଇ ପ୍ରମୁଖ ଗ୍ରାମବାସୀମାନେ ଏକ ଦାବିପତ୍ର ତହସିଲ କାର୍ଯ୍ୟାଳର ହେଡ କ୍ଲର୍କ ବାଞ୍ଛାନିଧି ମହାପାତ୍ରଙ୍କୁ ପ୍ରଦାନ କରିଥିଲେ ।
