ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଆବଶ୍ୟକ, ରାମ ନବମୀ ଶୋଭାଯାତ୍ରା କାହିଁକି ପାଂଚ ଦିନ କରୁଛନ୍ତି : ମମତା
କୋଲକାତା : ଗତ ଗୁରୁବାର ଅର୍ଥାତ୍ ରାମ ନବମୀ ଦିନ ଠାରୁ ପଶ୍ଚିମବଙ୍ଗରେ କ୍ରମାଗତ ହିଂସାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ କଥା କହିଛନ୍ତି । ସୋମବାର ପଶ୍ଚିମ ମେଦିନୀପୁରର ଖେଜୁରୀ ଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ ରାମ ନବମୀ ଶୋଭାଯାତ୍ରା ପାଂଚ ଦିନ କାହିଁକି ହେବ । ହିନ୍ଦୁ ସମ୍ପ୍ରଦାୟକୁ ଆହ୍ୱାନ କରି ସେ କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଆବଶ୍ୟକ । ଅପ୍ରେଲ ୬ ତାରିଖରେ ହେବାକୁ ଥିବା ହନୁମାନ ଜୟନ୍ତୀ ସମ୍ପର୍କରେ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇ ମମତା କହିଛନ୍ତି ଯେ ଯେଉଁମାନେ ଗଣ୍ଡଗୋଳ ସୃଷ୍ଟି କରିବାକୁ ଷଡଯନ୍ତ୍ର କରୁଥିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କୁ ସତର୍କ ରହିବାକୁ କହିଛନ୍ତି ।
