ବେଆଇନ କୋଇଲା ଗାଡି ଚାଳକ ଅଦାଲତ ଚାଲାଣ
କୋରେଇ : ପାଣିକୋଇଲି ପୁଲିସ ବେଆଇନ ଚାଲାଣ ଏକ ଚୋରା କୋଇଲା ଗାଡିକୁ ଜବତ କରିବାକୁ ସକ୍ଷମ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ପ୍ରକାଶଯେ ରାଜପଥରେ ବେଆଇନଭାବେ ଚୋରା କୋଇଲା ଗାଡି ଚାଲାଣ ହେଉଥିବା ଖବର ପାଇ ପାଣିକୋଇଲି ପୁଲିସ ଯାଂଚ ସମୟରେ ତାଳଚେରରୁ ଆସୁଥିବା ଏକ ଏକ କୋଇଲା ବୋଝେଇ ଟ୍ରକ ( (ଓଡି ୩୫ ଜି ୦୫୨୫)କୁ ଜବତ କରିଥିଲା । ଜବତ ପରେ ଏନେଇ ଅଧିକ ତଦନ୍ତ ଆବଶ୍ୟକତା ଥିବରୁ ପୁଲିସ ଗାଡିଟିକୁ ଅଟକ ରଖି ତଦନ୍ତ ଜାରି ରଖିବା ପରେ ଶେଷରେ ଏହା ବେଆଇନ ଚାଲାଣ ବୋଲି ଜଣାପଡିଥିଲା । ଏନେଇ ଏକ ମାମଲା ୩୦୪/୨୨ ରୁଜ୍ଜୁ କରାଯାଇ ଚାଳକଙ୍କୁ ଅଟକ ରଖାଯାଇଥିଲା । ଆଜି ଚାଳକ ଅନୁଗୁଳ ଜିଲ୍ଲା ତାଳଚେର ଥାନା କଲିଆରି ଦେଉଳଗୁଡା ଗ୍ରାମର ରମେଶ ଭୂତିଆଙ୍କ ପୁଅ ଗଣେଷ (୩୯)କୁ ଦଫା ୩୭୯, ୪୧୧, ୩୪ ଆଇପିସି,ଆକ୍ଟରେ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବଇନ୍ସପେକ୍ଟର ପ୍ରକାଶ କୁମାର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ ।
