ଟାଉନ ସରକାରୀ ହାଇସ୍କୁଲ ଶକ୍ତି କ୍ଲବର ପୁରସ୍କାର ବିତରଣ
ବାଲେଶ୍ୱର : ଟାଉନ ସରକାରୀ ହାଇସ୍କୁଲ “ଶକ୍ତିକ୍ଳବ’ର ପୁରସ୍କାର ବିତରଣ ଉତ୍ସବ ଉଦଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁମତି ରାଉତ ଅଧ୍ୟକ୍ଷତା କରିବା ସହ ଶକ୍ତିର ସଂରକ୍ଷଣ ସାଙ୍ଗକୁ ଅପଚୟ ରୋକିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଉପଲବ୍ଧ ପ୍ରାକୃତିକ ସାଧନ ଯଥା ଜଳ, ବାୟୁ ଏବଂ ବିଦ୍ୟୁତ ଶକ୍ତିର ଅପଚୟକୁ ରୋକିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର ଶକ୍ତିକ୍ଲବର କାର୍ଯ୍ୟଧାରାକୁ ନେଇ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ପୂର୍ବରୁ ଶକ୍ତି ସଂରକ୍ଷଣ ଶୀର୍ଷକକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ଭାରତୀ ରାଉଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ଣ କରିଥିଲେ । ମଧୁସ୍ମିତା ବାରିକ, କଳ୍ପଲତା ରଥ, ଦେବସ୍ମିତା ଦାସ, ଜୟନ୍ତୀ ଚାଷି ପ୍ରମୁଖ ଶିକ୍ଷୟିତ୍ରୀମାନେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ଶିଖାରାଣୀ ପାତ୍ର, ସାଗରିକା ରାଉତ, ନମିତା ନାୟକ,ଅଫିସ ସହକାରୀ ରାଜେନ୍ଦ୍ର ଦେ, ଶଶିକାନ୍ତ ନାୟକ, ଅଜିତ ପଟ୍ଟନାୟକ, କାର୍ତ୍ତିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
