ନାମାଙ୍କନ ପତ୍ର ଦାଖଲ କଲେ ପ୍ରିୟଙ୍କା ଟିବ୍ରେୱାଲ
କୋଲକାତା : ପଶ୍ଚିମବଙ୍ଗ ଉପନିର୍ବାଚନ ରାଜନୀତି ମାହୋଲ ସରଗରମ ହେଲାଣି । ଭବାନୀପୁର ବିଧାନସଭା ଆସନ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ହେଭିୱେଟ୍ ନେତ୍ରୀ । ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ।
Alipore, West Bengal: BJP candidate for Bhabanipur by-poll, Priyanka Tibrewal files her nomination. She will face CM and TMC candidate Mamata Banerjee in the by-poll, scheduled for 30th September. pic.twitter.com/M8E3zTtf4j
— ANI (@ANI) September 13, 2021
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନିଜେ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ଭବାନୀପୁର ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।ପୂର୍ବରୁ ଦିଦି ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁରରେ ଆସନ ପାଇଁ ଛିଡା ହୋଇଛନ୍ତି । ଏପଟେ ବିଜେପି ମଧ୍ୟ ଦିଦିଙ୍କୁ ଚେକ୍ମେଟ୍ ଦେବା ପାଇଁ ନିଜର ସ୍ୱତନ୍ତ୍ର ରଣନୀତୀ ପ୍ରସ୍ତୁତ କରିଛି । ସେହିପରି ପ୍ରିୟଙ୍କା ଟିବ୍ରେୱାଲ ବିଜେପିର ଜଣେ ହେଭି ୱେଟ୍ ନେତ୍ରୀ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର ୩୦ରେ ଭବାନୀପୁର ଉପନିର୍ବାଚନ ହେବାକୁଥିବା ବେଳେ ୨୦ ତାରିଖରୁ ପ୍ରଚାର ଆରମ୍ଭ ହେବ । ମାତ୍ର ୮ ଦିନର ପ୍ରଚାର ମଧ୍ୟରେ କିଏ ମାରିବ ଭବାନୀପୁର ବାଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
