ବଜେଟ ପୂର୍ବରୁ ଜନସାଧାରଣଙ୍କ ମତାମତ ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି | ୨୦୨୨-୨୩ ବର୍ଷର ବଜେଟ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି ରାଜ୍ୟ ସରକାର | ସୋଶାଲ ମିଡ଼ିଆ ଟ୍ୱିଟ୍ର, ଫେସବୁକ, ହ୍ୱାଟ୍ଆପ୍ ଓ ଇ-ମେଲ୍ ଭଳି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମତାମତ ଆହ୍ୱାନ କରାଯାଇଛି | ନାଗରିକମାନେ ଜାନୁଆରୀ ୧ରୁ ୩୧ ତାରିଖ ଭିତରେ ନିଜର ମତାମତ ପଠାଇ ପାରିବା ନେଇ ସୂଚନା ମିଳିଛି |
୨୦୨୨-୨୩ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ପରାମର୍ଶ ଆହ୍ୱାନ କରିଛନ୍ତି | ଯାହାକି ୱେବ୍ ପୋର୍ଟାଲ୍ https://budget.odisha.gov.in/ରେ ଉପଲବ୍ଧ ରହିବ | ଏହି ପରାମର୍ଶ ଗୁଡ଼ିକ ଇ-ମେଲ୍ ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ | ଏହା ସହ ବଜେଟ୍ ସମ୍ୱନ୍ଧୀୟ ମତାମତ ଜଣେଇବା ପାଇଁ ହ୍ୱାଟ୍ସଆପ୍ ମୋବାଇଲ ନମ୍ୱର (+୯୧) ୯୪୩୮୧୬୧୧୧୧ଜାରି କରିଛନ୍ତି ସରକାର | ସୋଶାଲ୍ ମିଡ଼ିଆ Twitter(FdOdisha) ଓ Facebook(@FinanceOdisha)ରେ ମଧ୍ୟ ଜନସାଧାରଣ ନିଜର ମତ ରଖିପାରିବେ | ୨୦୨୨ ଜାନୁଆରୀ ୧ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ |
