୧୪ରେ ଉଦ୍ଘାଟନ ହେବ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ
ନୂଆଦିଲ୍ଲୀ : ତିନ୍ ମୂର୍ତ୍ତି ଭବନରେ ସ୍ଥାପିତ ପ୍ରଧାନମନ୍ତ୍ରୀ ସଂଗ୍ରାହଳୟକୁ ଡକ୍ଟର ଭୀମରାଓ ଆମ୍ବେଦରଙ୍କ ଜନ୍ମବାର୍ଷିକୀ ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି । ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍ଘାଟନ କରାଯିବ । ଭାରତର ପ୍ରଧାନ
ମନ୍ତ୍ରୀଙ୍କ ବିଷୟରେ ଜନସଚେତନତା ସୃଷ୍ଯି କରିବା ନିମେନ୍ତ ଉକ୍ତ ସଂଗ୍ରହାଳୟକୁ ବିକଶିତ କରାଯାଇଛି । ୧୦,୪୯୧ ବର୍ଗ ମିଟର ପରିମିତ ଉକ୍ତ ନୂତନ ସଂଗ୍ରହାଳୟରେ ହଲୋଗ୍ରାମ, ଓଗ୍ମେଂଟଡ ରିୟଲିଟି, ଇଂଟରାକ୍ଟିଭ କିଓସ୍ମ ଓ ସ୍କିନ, କାଇନେଟିକ୍ ସ୍ମଲଚର୍ସ ଏବଂ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ରହିଛି ବୋଲି ଅଧିକାରୀଜଣକ କହିଛନ୍ତି । ପୁରାତନ ଓ ଆଧୁନିମ ଅଭିନବ ସମ୍ମିଶ୍ରଣ କୁହାଯାଉଥିବା ଏହି ସଂଗ୍ରାହଳୟର ‘ଲୋଗୋ’ଟିରେ ଚିତ୍ରିତ ହୋଇଛି ଭାରତୀୟମାନଙ୍କ ହାତ ସବୁ ଚକ୍ରଟିଏ ଧରିଥିବାର ଦୃଶ୍ୟ । ଏହା ଦେଶ ଓ ତାର ଜାଲ୍ସମ୍ୟାନ ଗଣତନ୍ତ୍ରର ସଙ୍କେତ ବୋଲି ସେ ସୂଚନା ଦେଇଛନ୍ତି । ଆଦର୍ଶ ଏବଂ ଶାସନକାଳ ନିର୍ବିଶେଷରେ ଏହି ସଂଗ୍ରହାଳୟ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ୱୀକୃତି ଦେଇଛି । ଏଥିରେ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରଙ୍କୁ ଜୀବନ ଓ ଅବଦାନ ସଂକ୍ରାନ୍ତରେ ଯଥେଷ୍ଟ ତଥ୍ୟ ରହିଛି ବୋଲି ସେ କହିଛନ୍ତି ।
