ଆଜି ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, କ୍ୱାଡ଼ ବୈଠକ ଏବଂ ଜାତିସଂଘ ସାଧାରଣ ସଭାରେ ଯୋଗଦେବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଚାରି ଦିନିଆ ଆମେରିକା ଗସ୍ତରେ ଯାଇ କ୍ୱାଡ଼ ସମ୍ମିଳନୀ ଏବଂ ମିଳିତ ଜାତିସଂଘର ସାଧାରଣ ସଭା ଅଧିବେଶନରେ ଯୋଗଦେବେ । ଆମେରିକା ଗସ୍ତର ସବିଶେଷ ତଥ୍ୟ ପ୍ରଦାନ କରି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶୃଙ୍ଗଳା ମଙ୍ଗଳବାର କହିଛନ୍ତି ଯେ, ଚତୁର୍ଦ୍ଦଶ ଶିଖର ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଦ୍ୱିପାକ୍ଷିକ, ଆଂଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ହ୍ୱାଇଟ୍ ହାଉସରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ବୈଠକ କରିବେ ।
ବୈଦେଶିକ ସଚିବ କହିଛନ୍ତି ଯେ, ଆଫଗାନିସ୍ଥାନର ବିକାଶ, ଆଦର୍ଶବାଦୀ ଉଗ୍ରବାଦ, ସୀମା ଆତଙ୍କବାଦ ଏବଂ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକା ପ୍ରସଙ୍ଗରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ କ୍ୱାଡ଼ ସମ୍ମିଳନୀରେ ଆଲୋଚନା କରାଯିବ । ରାଷ୍ଟ୍ରପତି ବାଇଡେନଙ୍କ ସହ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ପ୍ରତ୍ୟେକ୍ଷ ବୈଠକ ହେବ । ତେବେ ଉର୍ଭ ନେତା ପୂର୍ବରୁ କ୍ୱାଡ଼ର ପ୍ରଥମ ଭର୍ଚୁଆଲ ଶିଖର ସମ୍ମିଳନୀ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ଜି-୨୦ ଦେଶର ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ଭାବରେ ଜୋ ବାଇଡେନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଂଜି ବିନିଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ପ୍ରମୁଖ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିବେ । ଆମେରିକା ପ୍ରଶାସନ ଏବଂ ଉଦ୍ୟେଗୀ ମାନଙ୍କ ସହ ଆଲୋଚନା ସମୟରେ କୋଭିଡ଼ ପରେ ଅର୍ଥନୀତି ପୁନରୁଦ୍ଧାର ପାଇଁ ପାରସ୍ପାରିକ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ । ୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କ୍ୱାର୍ଡ଼ ସମ୍ମିଳନୀ । ହ୍ୱାଇଟ୍ ହାଉସରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କାଟ୍ ମାରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶୋହିଦେ ମଧ୍ୟ ଯୋଗ ଦେବେ ।
