ଆଜି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ଭବନ ଅଡିଟୋରିୟମରେ ବସିବ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ମଙ୍ଗଳବାର ଅପରାହ୍ନ ୩ଟା ୪୫ ରେ ଏହି ବୈଠକ ବସିବାକୁ ସ୍ଥିର ହୋଇଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବାର ଅଛି । ସାଧାରଣତଃ ରାଷ୍ଟ୍ରପତି ଭବନ ଅଡିଟୋରିୟମରେ ଏହି ବୈଠକ ବସେନାହିଁ । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜଣାପଡ଼ିନାହିଁ । ପ୍ରଧାନମନ୍ତ୍ରୀ କାଲି ଆଲିଗଡରେ ମହେନ୍ଦ୍ର ପ୍ରତାପ ସିଂହ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବା ପରେ ଆଜି ଏହି ବୈଠକରେ ଯୋଗଦେବେ ।
