ଆଜି ପ୍ରଥମ ଅଡିଟ୍ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ସିଏଜି କାର୍ଯ୍ୟାଳୟ ପରିସରରେ ପ୍ରଥମ ଅଡିଟ୍ ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତିକୁ ମଧ୍ୟ ଉନ୍ମୋଚନ କରିବେ ।
ସିଏଜି ଅନୁଷ୍ଠାନର ଐତିହାସିକ ଉତ୍ପତି ଏବଂ ଗତ କିଛି ବର୍ଷ ମଧ୍ୟରେ ପ୍ରଶାସନ, ସ୍ୱଚ୍ଛତା ଏବଂ ଉତରଦାୟିତ୍ୱରେ ଏହାର ଅବଦାନ ପାଇଁ ଅଡିଟ୍ ଦିବସ ପାଳନ କରାଯାଏ । ଭାରତର ସିଏଜି ଏହି ଅବସରରେ ଉପସ୍ଥିତ ରହିବେ ।
