ଗଙ୍ଗା ଲଳିତା ଘାଟରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ, ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା ସହ କଲେ ଅର୍ଘ୍ୟ ଅର୍ପଣ
ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଗଙ୍ଗା ଲଳିତା ଘାଟରେ ପକାଇଲେ ବୁଡ । ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ କଲେ ଅର୍ଘ୍ୟ ଅର୍ପଣ । ବୁଡ ପକାଇ ବାବା ବିଶ୍ବନାଥଙ୍କ ପାଇଁ ଉଠାଇଲେ କଳସ ।
କାଶୀ ବିଶ୍ୱନାଥ କରିଡର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀ ଗସ୍ତ କରିଛନ୍ତି । ବାରାଣସୀରେ ମୋଦି ପହଞ୍ଚିବା ମାତ୍ରେ ସେ ପ୍ରଥମେ କାଲ ଭୈରବ ମନ୍ଦିରରୁ ଆଶୀର୍ବାଦ ନେଇଥିଲେ । ଯାହାକୁ କାଶିର କୋଟୱାଲ କୁହାଯାଏ। ଏଥିସହିତ କାଶୀବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ଉତ୍ସାହର ସହ ସ୍ୱାଗତ କରିଥିଲେ ଓ ତାଙ୍କ ନାମରେ ସ୍ଲୋଗାନ ଦେଇଥିଲେ । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଏମିତିକି ନିଜ କାରକୁ ଅଟକାଇଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ସମ୍ମାନାର୍ଥେ ପଗଡି ମଧ୍ୟ ବାନ୍ଧିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିଲେ । ଏହା ଦେଖି ଲୋକେ ବହୁତ ଖୁସି ହୋଇଥିଲେ । ସୂଚନା ଥାଉକି, ପିଏମ ମୋଦି ଖିଲାଡିଆ ଘାଟରେ ପହଞ୍ଚିଥିଲେ । ସେଠାରୁ ସେ ଏକ କ୍ରୁଜରେ ଲଲିତାଘାଟ ଅଭିମୁଖେ ଯାଇଥିଲେ ।
#WATCH | PM Narendra Modi offers prayers, takes a holy dip in Ganga river in Varanasi
— ANI UP (@ANINewsUP) December 13, 2021
The PM is scheduled to visit Kashi Vishwanath Temple and inaugurate the Kashi Vishwanath Corridor project later today
(Video: DD) pic.twitter.com/esu5Y6EFEg
ପରେ ସେଠାରୁ ସେ ଗଙ୍ଗାଜଳ ନେଇ କାଶୀ ବିଶ୍ୱନାଥ ଧାମ ଯାଇଥିଲେ । କହିବାକୁ ଗଲେ ଆଜି ବିଶ୍ୱନାଥ କରିଡରର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ବରେକା ଗେଷ୍ଟ ହାଉସରେ ପହଞ୍ଚିବେ । ସନ୍ଧ୍ୟାରେ ସେ ରୋ-ରୋ ବୋଟରେ ଗଙ୍ଗା ଆରତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସମସ୍ତ ନେତା ସନ୍ଧ୍ୟା ୫.୩୦ସମୟରେ ଗଙ୍ଗା ଆରତିରେ ଯୋଗଦେବେ । ଏଥିସହିତ କାଶୀ ବିଶ୍ୱନାଥ କରିଡରର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ୪୦ ମିନିଟ ଧରି ସାଧୁ ସନ୍ଥଙ୍କୁ ସମ୍ବୋଧିତ କରିବେ । ଏହା ପରେ, ସେ ୧୨୦ ଶ୍ରମିକଙ୍କ ସହ ଫଟୋ ଉଠାଇବେ । ଅପରାହ୍ନରେ ଜଳପଥରେ ରବିଦାସ୍ ଘାଟକୁ ଯିବେ । ଆଜି କାଶୀରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବାରାଣାସୀରେ ଫୁଲର ପୁଷ୍ପଗୁଚ୍ଛ ଦିଆଯାଇଥିଲା । ଜନସାଧାରଣ ‘ମୋଦୀ, ମୋଦୀ’ ଏବଂ ପ୍ରଧାନମନ୍ତ୍ରୀ ‘ହର ହର ମହାଦେବ’ର ସ୍ଲୋଗାନ ଦେଇଥିଲେ ।
