ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍ ‘ଇସ୍ପା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ମହାକାଶ କ୍ଷେତ୍ରରେ ସଂସ୍କାର ୪ଟି ସ୍ତମ୍ଭ ଉପରେ ନିର୍ଭର କରୁଛି
ନୂଆଦିଲ୍ଲୀ : ଆଜି ଅନ୍ତରୀକ୍ଷ ଏବଂ ଉପଗ୍ରହ କମ୍ପାନୀର ସଂଗଠନ ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍ (ଇସ୍ପା)ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ୪ଟି ସ୍ତମ୍ଭ ଉପରେ ନିର୍ଭର କରୁଛି। ତାହା ହେଲା, ଘରୋଇ ସେକ୍ଟରକୁ ଉଦ୍ଭାବନ ପାଇଁ ସ୍ୱାଧୀନତା ପ୍ରଦାନ, ସମର୍ଥକ ଭାବେ ସରକାରଙ୍କ ଭୂମିକା, ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରିବା ଏବଂ ଜନସାଧାରଣଙ୍କ ବିକାଶ ପାଇଁ ମହାକାଶ କ୍ଷେତ୍ରକୁ ଉପକରଣ ଭାବେ ବ୍ୟବହାର କରିବା। ଏକବିଂଶ ଶତାବ୍ଦୀରେ ବିଶ୍ୱକୁ ଏକଜୁଟ ଓ ସଂଯୋଗ କରାଇବାରେ ମହାକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା କଥା ଭାରତ ସୁନିଶ୍ଚିତ କରିବ ବୋଲି କହିଛନ୍ତି ।
ସେହିପରି ପୂର୍ବରୁ ମହାକାଶ କ୍ଷେତ୍ର କେବଳ ସରକାରୀ ପରିସରରେ ସୀମିତ ଥିଲା। କିନ୍ତୁ, ଆମେ ଆମର ଚିନ୍ତାଧାରା ବଦଳାଇ ଦେଇ ଏ କ୍ଷେତ୍ରରେ ଅଭିନବତ୍ୱ ପ୍ରଚଳନ କରିଛୁ। ଆମେ ସରକାର ଓ ନୂଆ କମ୍ପାନିମାନଙ୍କୁ ଏକତ୍ର କରିଛୁ। ପ୍ରଧାନମନ୍ତ୍ରୀ ଗୁରତ୍ୱାରୋପ କରି କହିଲେ ଯେ, ଆଜି ବିଶ୍ୱ ‘ଆନ୍ତର୍ଜାତିକ ବାଳିକା ଦିବସ’ ପାଳନ କରୁଥିବା ବେଳେ ‘ଆଇଏସ୍ପିଏ’ର ଶୁଭାରମ୍ଭ ହେଉଛି। ମହାକାଶ କ୍ଷେତ୍ରରେ ଘଟୁଥିବା ସଂସ୍କାର ମହାକାଶ କ୍ଷେତ୍ର ନିମନ୍ତେ ମହିଳାମାନଙ୍କୁ ଅଧିକ ଉତ୍ସାହ ଦେବ। ସୂଚନା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ପ୍ରତିଧ୍ୱନିତ କରି ଇସ୍ପା ଭାରତକୁ ଟେକ୍ନନିକ ରୂପରେ ଉନ୍ନତ ଏବଂ ଅନ୍ତରିକ୍ଷ କ୍ଷେତ୍ରରେ ଏକ ଅଗ୍ରଣୀ କରିବାକୁ ସାହାଯ୍ୟ କରିବ । ଇସ୍ପାର ପ୍ରତିନିଧିତ୍ୱ ଅନ୍ତରିକ୍ଷ ଏବଂ ଉପଗ୍ରହ ପ୍ରୋଦ୍ୟୋଗିକରେ ଉନ୍ନତ କ୍ଷମତା ପ୍ରମୁଖ ଘରୋଇ ଏବଂ ବୈଶ୍ୱିକ ନିଗମ ଦ୍ୱାରା କରାଯିବ । ଏହି ସଂସ୍ଥାପକ ସଦସ୍ୟରେ ଲାର୍ସନ ଏଣ୍ଡ ଟୁବ୍ରୋ, ନାଲ୍କୋ(ଟାଟା ଗ୍ରୁପ), ବନବେବ, ଭାରତୀ ଏୟରଟେଲ୍, ମେପମାୟଇଣ୍ଡିଆ, ବାଲଚନ୍ଦନଗର ଇଣ୍ଡଷ୍ଟିଜ୍ ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ ସାମିଲ ଅଛନ୍ତି । ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଗୋଦରେଜ, ହ୍ୟୁଜେସ୍ ଇଣ୍ଡିଆ, ଅଜିସ୍ତା-ବିଏସ୍ଟି ଏୟରୋସ୍ପେସ ପ୍ରାଇବେଟ ଲିମିଟେଡ, ବିଇଏଲ୍, ସେଂଟମ ଇଲେକ୍ଟ୍ରୋନିକ୍ସ ଏବଂ ମେକ୍ସାର ଇଣ୍ଡିଆ ସାମିଲ ଅଛି ।
