ଜାତିସଂଘରେ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଲେ
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏଥିସହ ବିବିଧତା ଭାରତର ଲୋକତନ୍ତ୍ରକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଗଣତନ୍ତ୍ରର ଜନନୀ ଭାରତର ମୁଁ ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି। ପାକିସ୍ତାନ ନାଁ ନେଇ ମୋଦି ଆତଙ୍କବାଦ ପ୍ରସଙ୍ଗରେ ଜୋରଦାର ହମଲା କରିଛନ୍ତି। ଦୁନିଆରେ ଚରମପନ୍ଥୀଙ୍କ ଦବଦବା ବଢ଼ୁଥିବା କଥା ମୋଦି ଜାତିସଂଘ ମହାସଭାରେ ଉଠାଇଛନ୍ତି।
ସବୁଠାରୁ ବଡ କଥା ହେଉଛି ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ମୋଦି । ନାଁ ନନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ଦୁନିଆରେ ଚରମପନ୍ଥୀମାନଙ୍କ ବିପଦ ବୃଦ୍ଧିପାଇବାରେ ଲାଗିଛି । ଆତଙ୍କବାଦ ମଧ୍ୟ ବିଶ୍ବର ସବୁଠାରୁ ବଡ କାରଣ ହୋଇଛିଡା ହୋଇଛି । ଆଫଗାନିସ୍ତାନ ପ୍ରସଙ୍ଗରେ ସମସ୍ତଙ୍କୁ ଭାବିବାର ସମୟ ଆସିଛି । ସେଠାରେ ସଂଖ୍ୟାଲଘୁ ଜନସାଧାରଣଙ୍କ ସୁରକ୍ଷା ଜରୁରୀ । ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରାଯାଉଛି । କିଛି ଦେଶ ଏହା କରି ଫାଇଦା ନେବାକୁ ଚାହୁଁଛନ୍ତି । ଆଫଗାନିସ୍ତାନରେ ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ । ସମୁଦ୍ର ସୁରକ୍ଷା ଦିଗରେ ସଚେତନ ହେବା ଆବଶ୍ୟକ । ଆତଙ୍କବାଦକୁ ସବୁବେଳେ ସମର୍ଥନ ଦେଇଆସୁଛି ପାକିସ୍ତାନ । ଯାହାଫଳରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଚିନ୍ତା ବଢୁଛି । ଆତଙ୍କବାଦ ପାକିସ୍ତାନର ଏକ ଅଙ୍ଗ ହୋଇଯାଇଛି । ଯେଉଁ ଦେଶର ନିଜର ଆତଙ୍କବାଦୀ ରହିଛନ୍ତି ସେହି ଦେଶ ବିଶ୍ବବାସୀଙ୍କ ପାଇଁ ଚିନ୍ତା କରୁଛି ଯାହାକି ଦୁର୍ଭାଗ୍ୟଜନକ । ମୋଦି ଏ ନେଇ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ନାଁ ନନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀଙ୍କୁ ଏକ ଟୁଲ୍ ଭାବେ ବ୍ୟବହାର କରାଯାଉଛି । ଯାହାକି ଏକ ବଡ ବିପଦ । ରାଜନୈତିକ ଅସ୍ତ୍ର ଭାବେ ଆତଙ୍କବାଦକୁ ବ୍ୟବହାର କରାଯାଉଛି ।
ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ସମଗ୍ର ବିଶ୍ୱ ମହାମାରୀ କରୋନା ସହ ଲଢ଼େଇ କରୁଛି। ଗଲା ୧୦୦ ଦିନ ସବୁଠାରୁ ଖରାପ ସମୟ ଥିଲା। ଆମେ ଏହି ସମୟରେ ଅନେକ ଲୋକଙ୍କୁ ହରାଇଛୁ। ଏଥିପାଇଁ ମୁଁ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ଯେତେବେଳେ ଭାରତ ବଢ଼ିବ ସେତେବେଳେ ବିଶ୍ୱ ବଢ଼ିବ। ଯେତେବେଳେ ଭାରତରେ ସୁଧାର ଆସିବ ସେତେବେଳେ ପୂରା ବିଶ୍ୱରେ ସୁଧାର ଆସିବ। ଭାରତ ସେବା ହିଁ ପରମ ଧର୍ମକୁ ଆଧାର କରି ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛି। ଭାରତ ବିଶ୍ୱର ପ୍ରଥମ ଦେଶ ଯିଏ ଡିଏନଏ ଭିତ୍ତିକ କରୋନା ବିରୋଧୀ ଟିକା ବାହାର କରିଛି। ଏହି ଟିକା ୧୨ରୁ ସମସ୍ତ ଅଧିକ ବୟସ୍କଙ୍କୁ ଦିଆଯାଇ ପାରିବ। ଏମଆରଏନଏ ଭିତ୍ତିକ ଟିକା ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଭାରତୀୟ ବୈଜ୍ଞାନିକମାନେ ନାସାଲ ଭ୍ୟାକସିନ ମଧ୍ୟ ତିଆରି କରିବାକୁ ଯାଉଛନ୍ତି। ସେହିପରି ପୁଣି ଟିକାର ରପ୍ତାନୀ ମଧ୍ୟ ଆରମ୍ଭ କରିବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଏହାବାଦ ମୋଦି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଟିକା କମ୍ପାନୀଗୁଡ଼ିକୁ ଭାରତକୁ ନିମନ୍ତ୍ରଣ କରିଛନ୍ତି। ଆତ୍ମନିର୍ଭର ଭାରତ ଓ ନିଜ ସରକାରର ଉପଲବ୍ଧି ସମ୍ପର୍କରେ ମଧ୍ୟ ମୋଦି କହିବାକୁ ଭୁଲି ନାହାନ୍ତି। ପ୍ରଦୂଷିତ ପାଣି କେବଳ ଭାରତ ନୁହେଁ ପୂରା ବିଶ୍ୱ ବିଶେଷ କରି ଗରିବ ଓ ବିକାଶଶାଳୀ ରାଷ୍ଟ୍ରଗୁଡ଼ିକ ପାଇଁ ପ୍ରମୁଖ ସମସ୍ୟା। ଭାରତ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମେ ୧୭ କୋଟିରୁ ଅଧିକ ଲୋକଙ୍କ ଘରକୁ ପାଇପ ଯୋଗେ ପାଣି ପହଞ୍ଚାଇବାକୁ ବିଶାଳ ଅଭିଯାନ ଆରମ୍ଭ କରିଛୁ ବୋଲି ମୋଦି ମିଳିତ ଜାତିସଂଘକୁ ଜଣାଇଛନ୍ତି।
