ପଞ୍ଜାବ ଛାଡ଼ିବା ପୂର୍ବରୁ ମୋଦୀଙ୍କ ପ୍ରଧାନମନ୍ତ୍ରୀ; ମୁଁ ବଞ୍ଚିକି ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିଗଲି
ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସାମାନ୍ୟ ଅବହେଳା ଦେଖିବାକୁ ମିଳିଛି। ମୋଦୀ ଆଜି ଭଟିଣ୍ଡାରୁ ହୁସେନୀବାଲା ହୋଇ ଫିରୋଜପୁର ଯାଉଥିଲେ। କିନ୍ତୁ ଉକ୍ତ ରାସ୍ତାକୁ ପ୍ରଦର୍ଶନକାରୀମାନେ ଘେରି ରଖିଥିଲେ। ସେଥିପାଇଁ ଫ୍ଲାଇଓଭରରେ ମୋଦୀଙ୍କ ଗାଡ଼ି ପାଖାପାଖି ୧୫ରୁ ୨୦ ମିନିଟ୍ ଅଟକି ରହିବା ପରେ ସେ ଫେରି ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳାକୁ ନେଇ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରକୁ ରିପୋର୍ଟ ମାଗିଛି। ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ଅଧିକାରୀଙ୍କୁ କହିଥିଲେ ଯେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବେ। କାରଣ ମୁଁ ବଞ୍ଚିକି ଭଟିଣ୍ଡା ଏୟାରପୋର୍ଟ ପଳାଇ ଆସିଲି।
ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ୍ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା । ଏହି ଘଟଣାରେ ଭୀଷଣ ବିରକ୍ତ ହୋଇଥିବା ମୋଦୀ ଜଣେ ଏୟାରପୋର୍ଟ କର୍ମଚାରୀଙ୍କୁ କହିଥିଲେ ମୁଁ ଜୀବିତ ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିପାରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ। ମୋଦୀ ଫିରୋଜପୁର ଯାଇ ସେଠାରେ ୪୨,୭୫୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବାର ଥିଲା । ସେ ହେଲିକପ୍ଟରରେ ହୁସେନିଓ୍ବାଲା ସ୍ଥିତ ଜାତୀୟ ସହିଦ ମେମୋରିଆଲକୁ ଯିବାର ଥିଲା । କିନ୍ତୁ ପାଗ ଖରାପ ହେବାକୁ ସେ ସଡ଼କ ପଥରେ ଯାଉଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଏହି ବିଭ୍ରାଟ ସମଗ୍ର ଦେଶରେ ଚର୍ଚ୍ଚାର କାରଣ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ଘଟଣା ସଂପର୍କରେ ଅସନ୍ତୋଷ ପ୍ରକଟ କରିବା ସହ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି । ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତିତ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସରକାରଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା । ଏହା ସତ୍ତ୍ବେ ପଂଜାବ ସରକାର ସଡ଼କ ପଥରେ ପ୍ରଧାନମନ୍ତ୍ରୀଙ୍କ କ୍ୟାରିକେଡ୍ ଯିବାକୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ ବୋଲି ଅଭିଯୋଗ କରାଯାଇଛି ।
