ତପୋବନ ହାଇସ୍କୁଲରେ ରାଷ୍ଟ୍ରପତି, ମିଳିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ୧୨ ମିନିଟ୍ ରହିବେ । ଏହି ପରିପ୍ରେକ୍ଷୀରେ ତାଙ୍କୁ ମିଳିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ସେଠାରେ ଥିବା ଏକ ହଲରେ ଭେଟିଥିଲେ। ସାକ୍ଷାତ ସମୟରେ ଛାତ୍ରଛାତ୍ରୀ ହାତ ତିଆରି ଏକ ପେଣ୍ଟିଂକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଏହା ପରେ ସେଠାରୁ ନିଜେ ପଢିଥିବା ସ୍କୁଲ ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯିବେ । ସେଠାରେ ସେ ହଜିଲା ସ୍ମୃତି ସାଉଁଟିବେ ।
୧୯୭୦ରୁ ୭୪ ମସିହାର ସମୟକୁ ଫେରିଯିବେ । ସହପାଠୀଙ୍କ ସହ କଥା ହେବେ । ୧୩ ଜଣ ସହପାଠୀଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ସ୍କୁଲରେ ପହଂଚିବା ମାତ୍ରେ ପ୍ରଥମେ ଛାତ୍ରଛାତ୍ରୀ ଡ୍ରମ୍ ବଜାଇ ସ୍ୱାଗତ କରିବେ । ଏହା ପରେ ପିଲାମାନେ ସ୍ୱାଗତ ସଙ୍ଗୀତରେ ବନ୍ଦେ ଉକ୍ରଳ ଜନନୀ ଗାନ କରିବେ । ଏହା ସହ ପିଲାମାନେ ସେହି ସମୟରେ ସାନ୍ତାଳୀ ନୃତ୍ୟ ମଧ୍ୟ ପରିବେଷଣ କରିବେ । ରାଷ୍ଟ୍ରପତି ପଢୁଥିବା ବେଳେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହୁଥିଲେ । ସେହି ଛାତ୍ରୀନିବାସ ପରିଦର୍ଶନ କରି ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ସହ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ସାମିଲ ହେବେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକାର୍ପଣ କରିବେ । ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲରେ ‘ଇ-କୁମ୍ଭ’ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ଯାନ୍ତ୍ରିକ ଶବ୍ଦକୋଷ ଲୋକାର୍ପଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
