ବିଶ୍ୱକପ୍ ହକି ଟ୍ରଫିକୁ ସ୍ୱାଗତ ପାଇଁ ଯାଜପୁରରେ ପ୍ରସ୍ତୁତି
ଯାଜପୁର : ବିଶ୍ୱକପ୍ ହକି ଟ୍ରଫି ଯାଜପୁର ଜିଲାରେ ଆସନ୍ତା ୯ତାରିଖ ଦିନ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଆଡ଼ମ୍ବର ପୂର୍ଣ୍ଣର୍ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସହର ସଫେଇ, ସୈାନ୍ଦର୍ଯ୍ୟକରଣ କରାଯିବା ସହ ଜବରଦଖଲ ଉଛେଦ ପ୍ରକ୍ରିୟା ଚାଲୁ ରହିଛି । ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ତହସିଲଦାର ଭୂଜବଳ, ବିଡ଼ିଓ ସୈାରଭ ଚକ୍ରବର୍ତ୍ତି, ପୈାରାଞ୍ଚଳର ପ୍ରାକ୍ତନ ଉପାଧ୍ୟକ୍ଷ ଭବପ୍ରସାଦ ଦାସ, ପୈାରାଧ୍ୟକ୍ଷ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲିକ, ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
