୧୮ରେ ପୁରୀ ଆକାଶରେ ଏୟାର ସୋ ପ୍ରାକ୍ ପ୍ରସ୍ତୁତି ଚାଲିଛି
ପୁରୀ ଅଫିସ : ତାରିଖ ରବିବାର ଦିନ ରାଜଭବନ ପଛପଟେ ସମୁଦ୍ର ବେଳାଭୂମିରେ ଏୟାର ସୋ ଅନୁଷ୍ଠିତ ହେବ । ବାୟୁସେନା ପକ୍ଷରୁ ଏହି ଏୟାର ସୋ ପ୍ରଦର୍ଶିତ ହେବ । ଓଡ଼ିଶାର ଭୁବନେଶ୍ୱର ଓ ପୁରୀ ଦୁଇଟି ସ୍ଥାନରେ ଏହି ସୋ ପ୍ରଦର୍ଶିତ ହେବ । ପୁରୀରେ ଏହା ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଛି । ଏୟାର ସୋ ପୂର୍ବରୁ ଏରିୟଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଉଛି । ଏହାସହ ଗ୍ରାଉଣ୍ଡ ରେକି ମଧ୍ୟ ଅନୁଷ୍ଠିତ ହେଉଛି । ବିମାନ ଉଡ଼ାଣ କରାଯାଇ ବିଭିନ୍ନ କୌଶଳ ଓ ଅଭ୍ୟାସ ପ୍ରଦର୍ଶିତ କରାଯାଉଛି । ତେବେ ଏୟାର ସୋ କୁ ଭୟସ୍ ଅଫ କମନ ମ୍ୟାନ ପକ୍ଷରୁ ବନ୍ଦ କରିବା ପାଇଁ ଦାବି କରାଯାଇଛି । ଏ ସମ୍ପର୍କରେ ଭୟସ ଅଫ କମନମ୍ୟାନ ପକ୍ଷରୁ ହେକ୍ଟର ମିଶ୍ର ଏୟାର ଚିପ୍ ମାର୍ଶାଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଏହି ସୂର୍ଯ୍ୟକିରଣ ଏୟାର ସୋ କୁ ପୁରୀରେ ବନ୍ଦ କରାଯାଉ । ବିମାନ ଉଡ଼ିବା ଯୋଗୁ ଐତିହ୍ୟ ସମ୍ପନ୍ନ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି । ତୀବ୍ର ଶଦ୍ଦ ଯୋଗୁ ମନ୍ଦିରରେ କମ୍ପନ ସୃଷ୍ଟି ହେବ । ପର୍ଯ୍ୟଟକଙ୍କ ପାଇଁ ଏହି ଶଦ୍ଦ ବିତୃଷ୍ଣା ଭାବ ସୃଷ୍ଟି କରୁଛି । ଏହି ସୋ ପାଇଁ ବାଲୁଖଣ୍ଡ ସବୁଜବଳୟରେ ପ୍ରଭାବ ସୃଷ୍ଟି କରିବ । ପୁରୀ ଶ୍ରୀମନ୍ଦିର ଅଞ୍ଛଳ ନୋ ଫ୍ଲାଇଙ୍ଗ ଜୋନ ହୋଇଥିବାରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀମିଶ୍ର ଦାବି କରିଛନ୍ତି । ଏ ସମ୍ପର୍କରେ ଟୁଇଟ୍ ଯୋଗେ ଭାରତର ମହାମହିମ ରାଷ୍ଠ୍ରପତି,ପ୍ରଧାନମନ୍ତ୍ରୀ,ଓଡ଼ିଶାର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଫାଇଭଟି ସଚିବ,ପୁରୀ ଜିଲ୍ଲାପାଳ ଓ ଏସପି,ପୁରୀ ବିଧାୟକଙ୍କ ସମେତ ପୁରୀ ଡ଼ିଏଫଙ୍କୁ ଜଣାଇଛନ୍ତି ।
