ବାଲେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆର୍ଜିପିଆର୍ଏସ୍ର ପ୍ରସ୍ତୁତି
- ୪ଟି ଜିଲାର ସର୍ବେକ୍ଷେଣ ଶିବିର ଆୟୋଜିତ ହେବ ଅଗଷ୍ଟ ୨୫ ଓ ୨୬ରେ
ବାଲେଶ୍ୱର : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ସେଥିପାଇଁ ଏକ ବୈଠକ ବାଲେଶ୍ୱର କଂଗ୍ରେସ ଭବନରେ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଓ କେଉଁଝର ଜିଲା ନେତୃତ୍ୱ ଯୋଗ ଦେଇ ଆଗାମୀ ଦିନ ପାଇଁ ଏ କ୍ଷେତ୍ରରେ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ଏହି ଚାରି ଜିଲାର ପଞ୍ଚାୟତ, ବ୍ଲକ ଓ ଜିଲା ପରିଷଦ ଜୋନସ୍ତରର କର୍ମୀ ଓ ସଂଯୋଜକ ମାନଙ୍କର ସର୍ବେଦୟ ଶିବିର ଆସନ୍ତା ଅଗଷ୍ଟ ୨୫ ଓ ୨୬ ତାରିଖରେ ବାଲେଶ୍ୱରର ନୀଳଗିରି ଠାରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଯାଇଛି ।
ଶିବିରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜାତୀଯ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ ଓ ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ ସତପଲ ଯୋଗ ଦେବେ । ଦେଶର ସାମ୍ପ୍ରତିକ ରାଜନୀତି ସହିତ ସ୍ୱାଧୀନତା ଆନ୍ଦୋଳନ ଓ ପରବର୍ତ୍ତୀ ଦେଶର ବିକାଶରେ କଂଗ୍ରେସର ଭୂମିକା ବିଷୟରେ ଆଲୋଚନା ହେବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ବୈଠକରେ କେନ୍ଦ୍ରୀୟ କମିଟିର ଓଡ଼ିଶା ପ୍ରଭାରୀ କୁନାଲ ବାନାର୍ଜୀ ଯୋଗଦେଇ ସମ୍ପ୍ରତି ଦେଶର ସୁରକ୍ଷା ପାଇଁ ଆଦର୍ଶଗତ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ । ଜିଲା ସଭାପତି ସଞ୍ଜୀବ ଗିରି, ମୟୁରଭଞ୍ଜ ଓ କେଉଁଝର ଜିଲାର ଜୋନ ସଂଯୋଜକ ନିରୋଜଲୋଚନ ଦାଶ, ଭଦ୍ରକ ଓ ବାଲେଶ୍ୱର ଜିଲାର ଜୋନ ସଂଯୋଜକ ନଳିନୀ ମହାନ୍ତି, ମୟୁରଭଞ୍ଜ ସଂଯୋଜକ ମୀନକେତନ ବେହେରା, ବାଲେଶ୍ୱର ସଂଯୋଜକ ବିଜୟ ମହାନ୍ତି, ଭଦ୍ରକ ସଂଯୋଜକ ପ୍ରଦ୍ୟୁମ୍ନ ଦାସ, କେଉଁଝର ସଂଯୋଜକ ସୁଦର୍ଶନ ପାଇକରାୟ,ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ବାଲେଶ୍ୱର କଂଗ୍ରେସର ସାଧାରଣ ସମ୍ପାଦକ ଦେବଦତ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ତୁଷାରକାନ୍ତ ବେହେରା, ଛାତ୍ରନେତା ଜୀବନ ମହାପାତ୍ର, ବିଦ୍ୟାଧର ମହାନ୍ତି, ଜିତେନ୍ଦ୍ର ଦାସ, ଉମାଶଙ୍କର ଦାସ, ଶଙ୍କର୍ଷଣ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
