ପ୍ରେମ୍ ଚନ୍ଦ୍ର ଚୌଧୁରୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ
ଭୁବନେଶ୍ୱର : ୨୦୧୦ ବ୍ୟାଚ୍ ଆଇଏଏସ୍ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଦାୟିତ୍ୱରେ ଥିବା ପ୍ରେମ୍ ଚନ୍ଦ୍ର ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପବଦୀକୁ ସେ ଯୁଗ୍ମ ସଚିବ ପାହ୍ୟା ଷ୍ଟାଟସ୍ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
