ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ସ୍ୱାମୀ ଫେରାର
Criminal with knife weapon threatening woman and child in underpass crime
ଭବାନୀପାଟଣା : ସ୍ୱାମୀ ସାଜିଲା ବଇରୀ । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅପରପକ୍ଷେ ଘଟଣା ଘଟାଇବା ପରେ ସ୍ୱାମୀ ଫେରାର ହୋଇଥିବା ଜଣାପଡିଛି । କେସିଙ୍ଗା ଥାନା ଧନରମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଯେ, ସମ୍ବଲପୁର ଅଞ୍ଚଳର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ପ୍ରକାଶନୀଙ୍କ ବୟାନ ଅନୁଯାୟୀ ରବିବାର ରାତିରେ ସ୍ବାମୀ ଗଳାକାଟି ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ। ସୋମବାର ସକାଳୁ ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସ୍ବାମୀ ନିହାର ସାହାଣୀ ଫେରାର ରହିଥିବା ଜଣାଯାଇଛି ।
