ପିଏମଏୱାଇ ଗୃହ ଯୋଗାଣରେ ଅବହେଳା ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ପିଏମଏୱାଇ ଅନ୍ତର୍ଗତ ଗୃହ ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ବାତ୍ୟା ଫନି ପ୍ରଭାବିତ ଅନେକ ଲୋକଙ୍କୁ ଏହି ଯୋଜନାରେ ଘର ଏ ଯାଏଁ ମିଳିପାରି ନାହିଁ । ରାଜ୍ୟର ଲକ୍ଷାଧିକ ହିତାଧିକାରୀ ପିଏମୱାଇ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି ବୋଲି ଚିଠିରେ ଦର୍ଶାଯାଇଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଏ ନେଇ ମନ୍ତ୍ରୀ ପ୍ରତାପ ଜେନା ଚିଠି ଲେଖିଛନ୍ତି । ଏ ନେଇ କେନ୍ଦ୍ର ସରକାର ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିବା ଚିଠିରେ କୁହାଯାଇଛି ।
ସେହିପରି ଓଡିଶାର ଲକ୍ଷାଧିକ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଓଡିଶାରେ ବଳକା ୬ ଲକ୍ଷ ୬୫ ହଜାର ପରିବାରର ତଥ୍ୟ ପୋର୍ଟାଲେ ସାମିଲ ହୋଇନାହିଁ । ଫନିରେ ପ୍ରଭାବିତ ଲୋକଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶୃତି ମିଳିଥିଲା । ୧ ଲକ୍ଷ ୮୪ ହଜାର ଘର ଦେବାକୁ ପ୍ରତିଶୃତି ଦେଇଥିଲେ ବି ତାହା ପୂରଣ ହୋଇନି । ସେପଟେ କର୍ଣ୍ଣାଟକରେ ଏମ୍ ଆଇ ଏସ୍ ପୋର୍ଟାଲରେ ତଥ୍ୟ ଅପଲୋଡ କରିବାକୁ ଅନୁମତି ମିଳିଛି । କର୍ଣ୍ଣାଟକର ଦାବି ପୂରଣ ହୋଇଥିଲେ ବି ଓଡିଶା ଏବେବି ଅବହେଳିତ ହୋଇଛି । ଏହାଦ୍ବାରା ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳ ଅଧିବାସୀ ।
