ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ଜିଲା ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର : ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ସଂଜୟ କୁମାର ଦାସବର୍ମାଙ୍କୁ ଭଦ୍ରକ ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।
