ସୃଜନିକା ପକ୍ଷରୁ ଉତ୍କଳ ଦିବସରେ ପ୍ରଭାତ ଫେରି
ବାଲିଆପାଳ : ଉତ୍କଳ ଦିବସ ଅବସରରେ ସୃଜନିକା ଆବାହକ ଅଧ୍ୟାପକ ଡ. ସୁକାନ୍ତ ଗିରିଙ୍କ ନେତୃତ୍ୱରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସୃଜନିକା ଓ ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟି ପକ୍ଷରୁ ଶନିବାର ପୂର୍ବାହ୍ନ ସାଢ଼େ ୭ଟା ସମୟରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ବସ ଷ୍ଟାଣ୍ଡ ଶନି ମନ୍ଦିର ପରିସରରୁ ଏହି ପ୍ରଭାତ ଫେରି ଶୋଭାଯାତ୍ରା ଆରମ୍ଭ ହୋଇ ବାଲିଆପାଳ ବଜାରର ଜାମକୁଣ୍ଡା ଛକ, ପାରୁଳିଆ ଛକ, ବ୍ଲକ ଛକ, ସିମୁଳିଆ ଛକରୁ ଫେରି ବ୍ଲକ ଛକ ଠାରେ ଅନ୍ତିମ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି ।
ବସ୍ଷ୍ଟାଣ୍ଡ ଠାରେ ରାଲିକୁ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ନଡ଼ିଆ ଫଟାଇ ଶୁଭ ଉଦଘାଟନ କରିଥିଲେ । ଅତିଥି ଭାବରେ ଚାନ୍ଦବାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ, ପୂର୍ବତନ ଡିଆଇ ସୁବାଷ ଚନ୍ଦ୍ର ଚୌଧୁରୀ, ବରିଷ୍ଠ ଖବର ଦାତା ଅଜୟ କୁମାର ସାହୁ ପ୍ରମୁଖ ଉତ୍କଳ ଦିବସ ସମ୍ପର୍କରେ କହିଥିଲେ । ପରେ ଭିନ୍ନ ଭିନ୍ନ ଛକରେ ଅନୁଷ୍ଠିତ ପଥ ପ୍ରାନ୍ତ ସଭାରେ ବାଘା ଯତୀନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା, ଓଡ଼ିଶା ପ୍ରାଇଡ ସଭାପତି ମାନସ ରଞ୍ଜନ ଦାସ, ପୂର୍ବତନ ସୈନିକ ସଂଗଠନ ର ମନୋଜ କୁମାର ସି, ସୁବର୍ଣ୍ଣରେଖା ସେବା ସଂଘର ସଭାପତି ଉମେଶ କୁମାର ପାତ୍ର, କବୟିତ୍ରୀ ଅଞ୍ଜଳି ଶତପଥି, ବିଜୟ କୁମାର ପାତ୍ର, ଗଣ କବି ହରେକୃଷ୍ଣ ମଲ୍ଲିକ, ଯବନ କବି ସେକ ନିମାଜୀ, ସଦାଶିବ ସେଠୀ, ତ୍ରାହି ଅଚ୍ୟୁତ ସ୍ୱୟଂ ସହାୟକା ଗୋଷ୍ଠୀର ସଞ୍ଜୁବାଳା ଦାସ ଅଧିକାରୀ ପ୍ରମୁଖ ଉତ୍କଳ ଦିବସ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ପ୍ରାଇଡର ସଭାପତି ମାନସ ଦାସ ସୃଜନିକା ଆବାହକ ଅଧ୍ୟାପକ ଡ. ସୁକାନ୍ତ ଗିରିକୁ ଜାମକୁଣ୍ଡା ଛକରେ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ସମସ୍ତ କାର୍ଯ୍ୟକ୍ରମ ସୃଜନିକା ଆବାହକ ଅଧ୍ୟାପକ ଡ. ଗିରିଙ୍କ ଦ୍ୱାରା ପରିଚାଳନା ହୋଇଥିବା ବେଳେ ସାରସ୍ୱତ ସହର ଅଭିଯାନ କମିଟିର ଗୋପାଳ ବିଶ୍ୱାଳ, ଆଇନଜୀବୀ ଅର୍ଦ୍ଧେନ୍ଦୁ ବାରିକ, ରାମ କୃଷ୍ଣ ଦାସ ଅଧିକାରୀ, ବୀର ମାଧବ ଦାସ, କ୍ଷିତୀଶ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ । ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
