‘ପଠାନ’ ଫିଲ୍ମର ପୋଷ୍ଟର ଚିରି ସିନେମା ହଲରେ ହଙ୍ଗାମା ଘଟଣା, ୫ଗିରଫ
ସୁରଟ : ପିଛା ଛାଡ଼ୁନି ବିବାଦ । ରିଲିଜ୍ ପୂର୍ବରୁ ପଠାନ୍କୁ ନେଇ ଉଠୁଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ । ଏହାର ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି, ବୟକଟ୍ ପାଇଁ ଦାବି ମଧ୍ୟ ଜୋର ଧରୁଛି । ନିକଟରେ ଗୁଜୁରାଟର ସୁରଟରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର କିଛି କାର୍ଯ୍ୟକର୍ତ୍ତା ଏକ ସିନେମା ହଲକୁ ଭଙ୍ଗାରୁଜା କରିଥିଲେ। ଭିଏଚପି କର୍ମୀମାନେ ପଠାନ ଫିଲ୍ମର ପୋଷ୍ଟର ଚିରି ସୁରଟର ରୁପାଲି ସିନେମା ହଲରେ ହଙ୍ଗାମା କରିଥିଲେ। ଏହା ପରେ ପୋଲିସ ୫ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା।
ପୋଲିସର ସୂଚନାନୁସାରେ, ସିନେମା ହଲରୁ ଏକ ଅଭିଯୋଗ ଆସିଥିଲା ଯେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରିବା ପାଇଁ ପୋଷ୍ଟର ଛିଣ୍ଡାଇ ଅସନ୍ତୋଷ ସୃଷ୍ଟି କରୁଥିଲେ। ଅଭିଯୋଗ ଉପରେ ପୋଲିସ ବିଶ୍ୱ ହିନ୍ଦୁ ପରିଷଦର ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଥିଲା।
ସୂଚନା ଯେ, ଶାହାରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନର ବେସରାମ ରଙ୍ଗ ଗୀତ ଯୋଗୁଁ ବୟକଟ ହେବାର ଆଶଙ୍କା ରହିଛି। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକ ସାଫ୍ରନ୍ ରଙ୍ଗର ବିକିନି ପିନ୍ଧିଛନ୍ତି । ଯାହାକୁ ନେଇ ତୀବ୍ର ଆପତ୍ତି ହେଉଛି। ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ର ବିରୋଧରେ ପ୍ରଦର୍ଶନ କରାଯାଉଛି । ପଠାନ ଫିଲ୍ମ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି। ଶାହାରୁଖଙ୍କ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ, ବକ୍ସ ଅଫିସରେ ଫିଲ୍ମ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା ।
