ନିର୍ବାଚନ ପରବର୍ତ୍ତୀ ହିଂସା : ଜଣେ ମୃତ, ୪ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲା ଆସିକା ବ୍ଳକ ତଥା ଗାଗଂପୁର ଥାନା ଅଂଚଳର କେନ୍ଦୁପଦରର ଗ୍ରାମରେ ଦେଖା ଦେଇଛି ନିର୍ବାଚନ ପରବର୍ତୀ ରାଜନୈତିକ ହିଂସାକାଣ୍ଡ । ଏହି ପଞ୍ଚାୟତଟି ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ଅଂଚଳ ହୋଇଥିବା ବେଳେ ଗତ ରାତିରେ ଏକ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ଏହି ମୁହାଁମୁହିଁ ଏତେ ଭୟଙ୍କର ହୋଇଥିଲା ଯେ ଗୋଟିଏ ଗୋଷ୍ଠୀର ଖଣ୍ଡା ଓ ଭୂଜାଲି ମାଡରେ ଜଣକ ମୃତ୍ୟୁ ଘଟିଛି । ଅନ୍ୟଜଣେ ମଧ୍ୟ ଏବେ ବି ନିଖୋଜ ଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛି । ମୃତକ ଜଣକ ବୁଲୁ ସ୍ବାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଆସିକା ଓ ଗାଗଂପୁର ପୋଲିସ ସମେତ ଭଞ୍ଜନଗର ଏସଡିପିଓ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।
