ବାଲେଶ୍ୱର : ପଞ୍ଚାୟତ ନିର୍ବାଚନରେ ନିୟୋଜିତ ପୋଲିଂ ଅଧିକାରୀମାନଙ୍କୁ କାର୍ଯ୍ୟରେ ଆଗୁଆ ଯୋଗଦାନ ପାଇଁ ନିର୍ଦ୍ଦେଶ
ବାଲେଶ୍ୱର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଜିଲାର ସମସ୍ତ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀମାନଙ୍କୁ କାର୍ଯ୍ୟରେ ଆଗୁଆ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିଂ ଅଧିକାରୀମାନେ ଯେପରି ଏହି ସୂଚନା ତୁରନ୍ତ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାର ସମସ୍ତ ବିଭାଗୀୟ/କାର୍ଯ୍ୟାଳୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନରେ ଜିଲାରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଭୋଗରାଇ ଓ ଜଳେଶ୍ୱର ବ୍ଲକରେ ଆସନ୍ତା ଫେବୃଆରୀ ୧୬ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ପୋଲିଂ ଅଧିକାରୀମାନଙ୍କୁ ଫେବୃଆରୀ ୧୫ତାରିଖ ପୂର୍ବାହ୍ନ ୮ଟା ସମୟରେ ବିତରଣ କେନ୍ଦ୍ରରେ ରିପୋର୍ଟ କରିବାକୁ କୁହାଯାଇଥିଲା । ତେବେ ଏହି ସମୟ ନିର୍ଘଣ୍ଟରେ ଏବେ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଫେବୃଆରୀ ୧୪ତାରିଖ ପୂର୍ବାହ୍ନ ୧୧ଟା ସମୟରେ ରିପୋର୍ଟ କରିବାକୁ କୁହାଯାଇଛି । ଭୋଗରାଇ ଆର୍ଆଇଏଚ୍ଏସ୍ କଲେଜ ଏବଂ ସୁଗୋ ସ୍ଥିତ ଡିକେ କଲେଜ ବିତରଣ କେନ୍ଦ୍ରରେ ପୋଲିଂ ଅଧିକାରୀମାନେ ଫେବୃଆରୀ ୧୪ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ । ସେହିପରି ସୋର, ସିମୁଳିଆ ଓ ଖଇରାରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଯେଉଁ ପୋଲିଂ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି ସେମାନେ ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ୧୯ତାରିଖ ପରିବର୍ତ୍ତେ ଫେବୃଆରୀ ୧୮ତାରିଖ ପୂର୍ବାହ୍ନ ୧୧ଟା ସମୟରେ କାର୍ଯ୍ୟରେ ଯୋଗ ଦେବେ । ଫେବୃଆରୀ ୧୮ତାରିଖରେ ସେମାନେ ୟୁଏନ୍ କଲେଜ, ସୋର, ସିମୁଳିଆ କଲେଜ, ମାର୍କୋଣା ଏବଂ ଖଇରା କଲେଜ(ଉଦ୍ଭିଦ ବିଜ୍ଞାନ ବିଭାଗ), ଖଇରା ବିତରଣ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ କୁହାଯାଇଛି । ଅନୁରୂପ ଭାବେ ବାଲେଶ୍ୱର ସଦର ବ୍ଲକ ଓ ରେମୁଣା ବ୍ଲକରେ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପୋଲିଂ ଅଧିକାରୀମାନେ ଫେବୃଆରୀ ୨୩ତାରିଖ ପରିବର୍ତ୍ତେ ଫେବୃଆରୀ ୨୨ତାରିଖ ପୂର୍ବାହ୍ନ ୧୧ଟା ସମୟରେ ସରକାରୀ ଆଇଟିଆଇ, ବାଲେଶ୍ୱର ଏବଂ ରେମୁଣା ଡିଗ୍ରୀ କଲେଜ ବିତରଣ କେନ୍ଦ୍ରରେ ଉପସ୍ଥିତ ରହିବେ । ଏଥିପାଇଁ ପୂର୍ବରୁ ପୋଲିଂ ଅଧିକାରୀମାନଙ୍କୁ ଦିଆଯାଇଥିବା ନିଯୁକ୍ତ ପତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ଜିଲା ପ୍ରଶାସନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ଏ ନେଇ ଯେପରି କୌଣସି ପ୍ରକାର ଦ୍ୱନ୍ଦ୍ୱ ବା ସମସ୍ୟା ଦେଖା ନ ଦିଏ, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନ-୨୦୨୨