ରାଜନୀତି ସରଗରମ, ପୁଣି ଏକାଠି ହେବେ ଜେଡି଼ୟୁ-ଆରଜେଡି଼ ! ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର
ପାଟନା : ରାଜନୀତିରେ ସବୁକିଛି ସମ୍ଭବ। ଏଠାରେ କେହି କାହାର ସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନଥାନ୍ତି। ବିହାର ରାଜନୀତିରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଯେଉଁଠି ରାଜ୍ୟ ରାଜନୀତିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ଜେଡି଼ୟୁ-ଆରଜେଡି଼ ପୁଣି ଥରେ ଏକାଠି ହେଉଥିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି।
ବିହାର ସ୍ୱାର୍ଥ ସହ ଜଡିଡ ପ୍ରସଙ୍ଗରେ ରାଜ୍ୟରେ ବସିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧିନ ଜନତାଦଳ ୟୁନାଇଟେଡ ଜେଡିୟୁକୁ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଛି ରାଷ୍ଟ୍ରୀୟ ଜନତା ଦଳ ଆରଜେଡି। ଏହାକୁ ନେଇ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ଏନେଇ ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂହ କହିଛନ୍ତି ଯଦି ଜାତିଗତ ଜନଗଣନା ପ୍ରସଙ୍ଗରେ ବିଜେପି ଏହାର ସହଯୋଗୀ ଜେଡିୟୁ ସମର୍ଥନରେ ନାହିଁ ତାହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ସରକାରରୁ ବିଜେପି ମନ୍ତ୍ରୀଙ୍କୁ ହଟାଇଦେବା ଆବଶ୍ୟକ। ରାଜ୍ୟ ସ୍ୱାର୍ଥ ସହ ଜଡିଡ ପ୍ରସଙ୍ଗରେ ଆରଜେଡି, ଜେଡିୟୁକୁ ସମର୍ଥନ କରିବ।
ଜେଡିୟୁ ଉଦ୍ଦେଶ୍ୟରେ ଆରଜେଡି ଏପରି ବୟାନ ରଖିବା ପରେ ଏହାର ଜବାବ ରଖିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଖିଲ ଆନନ୍ଦ। ଏନେଇ ସେ କହିଛନ୍ତି ଦିନରେ ସ୍ୱପ୍ନ ଦେଖିବା ପାଇଁ ବିଜେପି ଆରଜେଡିକୁ ରୋକିପାରିବେ ନାହିଁ। କ୍ଷମତା ଦଖଲ କରିବା ପାଇଁ ଆରଜେଡି ନେତା ବ୍ୟସ୍ତ ହୋଇପଡୁଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁ ପ୍ରସଙ୍ଗ ଉପରେ ଆରଜେଡିକୁ ଗଠବନ୍ଧନରୁ ବାହାର କରିଥିଲେ ତାହା ସେମାନେ ଭୁଲି ଯାଇଛନ୍ତି। ଏହା ଲାଗୁଛି ଯେ ଆରଜେଡି ପାଖରେ ଅର୍ଥର ଅଭାବ ଦେଖାଦେଇଛି। ଯେଉଁଥିପାଇଁ ସେମାନେ ସରକାରରେ ଯୋଗଦେବାକୁ ବ୍ୟାକୁଳ ହୋଇଉଠୁଛନ୍ତି। ଆରଜେଡି ପାଖରେ କୌଣସି ରାଜନୈତିକ ପ୍ରସଙ୍ଗ ବାକି ରହିନାହିଁ, ଯେଉଁ କାରଣରୁ ସେମାନେ ବିଭିନ୍ନ ପ୍ରକାରର ପ୍ରସ୍ତାବ ଦେବାରେ ଲାଗିଛନ୍ତି।
ଏହା ପୂର୍ବରୁ ରାଜଧାନୀ ପାଟନା ଠାରେ ବିହାର ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ସ୍ପଷ୍ଟ ଭାବରେ କହିଥିଲେ ଜାତିଗତ ଜନଗଣନା ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଥିଲେ ଯେ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ସରକାରରୁ ବରଖାସ୍ତ କରାଯାଉ। ଆମେ ଏହି ପ୍ରସଙ୍ଗରେ ପଛକୁ ହଟିବାକୁ ଚାହୁଁନାହୁଁ। ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟ ରାଜ୍ୟର ମାନ୍ୟତା ଦେବାକୁ ଆରଜେଡି ସବୁ ବେଳେ ଦାବି କରିଆସିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ କରି ସେ ଏହା କହିଛନ୍ତି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କିମ୍ବା ଜାତିଗତ ଜନଗଣନା ପ୍ରସଙ୍ଗ ହେଉ ଆରଜେଡି ଏହି ୨ ପ୍ରସଙ୍ଗରେ ଜେଡିୟୁ ସହ ଛିଡ଼ା ହୋଇଛି।
ଜାତିଗତ ଜନଗଣନା ପ୍ରସଙ୍ଗରେ ନୀତିଶ ସରକାରଙ୍କ ସହ ଆରେଜଡି ଛିଡ଼ା ହୋଇଛି। ମାତ୍ର ସରକାରରେ ସାମିଲ ଥିବା ବିଭିନ୍ନ ସହଯୋଗୀ ଦଳଙ୍କ ଆଭିମୁଖ୍ୟ ଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନୀତିକୁ ସମର୍ଥନ କରୁନଥିବା ମନ୍ତ୍ରୀଙ୍କୁ ହଟାଯିବା ଆବଶ୍ୟକ। ଏହା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଛି। ରାଜ୍ୟର ପୂର୍ବତନ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ଲାଲୁ ଯାଦବ ପ୍ରମୁଖ ଜାତିଗତ ଜନଗଣନା କରିବା ପାଇଁ ଦାବି କରିଆସୁଛନ୍ତି। ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ୨ ଥର ଏ ପ୍ରସଙ୍ଗରେ ତାଙ୍କର ମତାମତ ରଖିଛନ୍ତି। ଯେତେବେଳେ ଜାତିଗତ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଦେଲେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଆସିଥିଲେ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ଜାତି ଜନଗଣନା ପ୍ରସଙ୍ଗରେ ଆମେ ପ୍ରତିବଦ୍ଧ ବୋଲି କହିଛନ୍ତି ଜଗଦାନନ୍ଦ ସିଂହ।
ବିହାର ଆରଜେଡି ମୁଖ୍ୟଙ୍କ ଏହି ବୟାନ ଉପରେ ମତ ରଖି ରାଜ୍ୟରେ କ୍ଷମତାସୀନ ଏନଡିଏ ସରକାରର ସହଯୋଗୀ ଦଳ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ହାମ ମୁଖପାତ୍ର ଦାନିଶ ରିଜୱାନ ଆରଜେଡି ନେତା ଜଗଦାନନ୍ଦ ସିଂଙ୍କ ବିବୃତ୍ତିକୁ ଭୟର କାରଣ ବୋଲି ବର୍ଣ୍ଣନା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଆରଜେଡି ବିଧାୟକ ମଧ୍ୟରେ ଫାଟ ସୃଷ୍ଟି ହେବାର ଡର ଦଳୀୟ ନେତାଙ୍କୁ ଘାରୁଛି। ଏନେଇ ସେମାନେ ଏନଡିଏ ସରକାର ସହ ରହିବାକୁ କହୁଛନ୍ତି।
