ଋଷୀୟ ନାଗରିକ ମୃତ୍ୟୁ ଘଟଣାରେ ଦରକାର ପଡ଼ିଲେ ଇଂଟରପୋଲର ସହାୟତା ନେବ ପୁଲିସ : ଡିଜିପି
ଭୁବନେଶ୍ୱର : ଦୁଇ ଜଣ ଋଷୀୟ ନାଗରିକ ମୃତ୍ୟୁ ମାମଲାରେ ଯଦି ଆବଶ୍ୟକ ହୁଏ ତେବେ ଇଂଟରପୋଲରର ସହାୟତା ନିଆଯିବ । ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂସଲ ଏହି ସୂଚନା ଦେଇଛନ୍ତି । ରାୟଗଡ଼ାର ଏକ ହୋଟେଲରେ ମୃତ୍ୟୁ ଘଟଣାରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାଭେଲ୍ ଆନ୍ଥଭ ଓ ବିଦାନୋଭ ମୃତ୍ୟୁ ଘଟଣାରେ ଦକ୍ଷ ଅଫିସର ତଦନ୍ତ କରୁଛନ୍ତି ।ତଏ ଯାଏ କୌଣସି ଫାଉଲ ପ୍ଲେ ନାହିଁ । ଯଦି ଆବଶ୍ୟକ ପଡ଼େ, ପୁଲିସ ଇଂଟରପୋଲର ସହାୟତା ନେବ । ଋଷୀୟ ନାଗରିକ ଗ୍ଲାଗୋଲେଭ ଆଣ୍ଡ୍ରିଉ ଭଳି ଘଟଣାରେ ଗୁଇନ୍ଦା ବିଭାଗ ଗତିବିଧି ଉପରେ ନଜର ରଖିଛି । ଆବଶ୍ୟକ ହେଲେ ଓଡ଼ିଶା ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି ।
