ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଏଏସଆଇ ଆହତ
ମୋହନା : ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଗଜପତି ଜିଲା ମୋହନା ଥାନା କିରତିଂ ଗାଁ ନିକଟରେ ରାସ୍ତା କଡକୁ ଓଲଟିଲା ପୋଲିସ ଭ୍ୟାନ୍ । ଫଳରେ ଏଏସଆଇ ଆହତ l
ସୂଚନା ଯେ, ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଯାଉଥିବା ଖବର ପାଇ ମୋହନା ଥାନା ଏଏସଆଇ ଏଲ ଭି ପ୍ରସାଦ ପିଛା କରିଥିଲେ l ଗଞ୍ଜେଇ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡ଼ି ଏହାର ପିଛା କରୁଥିଲା । ତେବେ କିର୍ତିଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ପୋଲିସ ଭ୍ୟାନ୍ l ଏଥିରେ ଏଏସଆଇ ଏଲ ଭି ପ୍ରସାଦ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଉଦ୍ଧାର କରାଯାଇ ମୋହନା ମେଡ଼ିକାଲ ଅଣାଯିବା ସହ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଅନ୍ୟପକ୍ଷରେ ଗଞ୍ଜେଇ ଭର୍ତ୍ତିି ଗାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାର ଜଣାପଡ଼ିଛି l
