ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ପୋଲିସ ଡ୍ରାଇଭର
ସୋନପୁର : ଦୁଷ୍କର୍ମ ଅଭିଯୋଗରେ ପୋଲିସ ଡ୍ରାଇଭର ଗିରଫ । ସୁବର୍ଣ୍ଣପୁର ଜିଲା ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଜିଲାର ସୁବଳୟା ଥାନାରେ ପୀଡ଼ିତା ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପରେ ସୁବଳୟା ପୋଲିସ ରଞ୍ଜିତକୁ ସୁବର୍ଣ୍ଣପୁରରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି ।
ଏହା ପୂର୍ବରୁ ଡ୍ରାଇଭର ରଞ୍ଜିତ ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । କିଛିମାସ ତଳେ ରଞ୍ଜିତ ପ୍ରଧାନଙ୍କର ସୁବର୍ଣ୍ଣପୁର ଜିଲାକୁ ବଦଳି ହୋଇଥିଲା ।
