ମମିତା ମେହେର ହତ୍ୟା ଘଟଣାରେ ପୋଲିସ୍ କେସକୁ ଦୁର୍ବଳ କରୁଛି : ବିଜୟ ମହାପାତ୍ର
ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ମାସେ ବିତି ଥିବା ବେଳେ ପୋଲିସ୍ ର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି, କଳାହାଣ୍ଡିର ଏହି ନୃଶଂସ ଓ ବିଭତ୍ସ ହତ୍ୟାକାଣ୍ଡ ନେଇ ସମଗ୍ର ରାଜ୍ୟ ଦୋହଲି ଉଠିଛି । ଏହି ମାସକ ଭିତରେ ତଦନ୍ତ ଠିକ ବାଟରେ ହେଉଥିବା ମନେ ହେଉନି । ମମିତାର ଚରିତ୍ର ସଂହାର କେହି ବି ଓଡ଼ିଶାର କରି ନାହାନ୍ତି କି କୌଣସି ରାଜନୈତିକ ଦଳ ବି କରିନି, ବରଂ ମମିତା ମେହେର ଗୋଟିଏ ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବଳିଦାନ ଦେଇ ଦେଲା । ମାତ୍ର ଏହାକୁ ନେଇ ମିଥ୍ୟା ଅଭିଯୋଗ କରାଯାଉଛି । ମାସେ ମଧ୍ୟରେ ଅନୁସନ୍ଧାନ କେଉଁ ଦିଗକୁ ଗଲା । ପ୍ରତିବାଦ ଭିନ୍ନ କଥା । ମାସକ ଭିତରେ ପୁଲିସ କେତେବାଟ ତଦନ୍ତ କରିଛି ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଏତଲା କୋର୍ଟକୁ ଆସିବାକୁ ୩ ଦିନ ଲାଗିଲା ଏହାର ଉତର କିଏ ଦେବ ? ଆଇନ କହୁଛି ଏତଲା ସଙ୍ଗେ ସଙ୍ଗେ କୋର୍ଟ ଆସିବ । ସିନ୍ଧେଇକେଲା ଥାନାରୁ ବଙ୍ଗମୁଣ୍ଡା କୋର୍ଟ ଏତଲା ଆସିବା ପାଇଁ ଏକ ଘଂଟା ଲାଗିବ, ମାତ୍ର ଏଠି ତିନି ଦିନ ଲାଗିଲା ।
ସେ ଆହୁରି କହିଛନ୍ତି, ବାହାରେ ପ୍ରଚାର କରାଗଲା ସ୍କୁଲ ଅଲଗା କଲେଜ ଅଲଗା । ମାତ୍ର ଏତଲା କହୁଛି କଲେଜର ହଷ୍ଟେଲରେ ମମିତା ରହୁଥିଲେ ଏବଂ ସେଠି ସେକ୍ସ ସ୍କାଣ୍ଡାଲ ଚାଲୁଥିବା ଏହି ଏତଲାରେ ରହିଛି । ତାହାର ତଦନ୍ତ ଏବେ କିଏ କରୁଛି । ଯଦି ପୁଲିସ ଗୋବିନ୍ଦକୁ ଏହା ପଚାରିଲା, ତେବେ ତାହାର ରିପୋର୍ଟ କୋର୍ଟରେ କାହିଁକି ପୁଲିସ ଦେଇନାହିଁ । ୧୬୧ କିମ୍ବା ୧୬୪ ରେ କାହିଁକି ପୁଲିସ ଷ୍ଟେଟମେଂଟ ନେଲା ନାହିଁ । କୋର୍ଟକୁ ଦିଆଯାଇଥିବା ରିପୋର୍ଟରେ ଗୋବିନ୍ଦ ସାହୁ ବିଷୟରେ ମାତ୍ର ଗୋଟିଏ ପଦ ଲେଖା ଯାଇଛି । ସେ ଆଡମିଟ କରିଛି କିନ୍ତୁ କନଫେସନ କରିନି । ପ୍ରଥମରୁ ହିଁ ପୁଲିସ କେସକୁ ଦୁର୍ବଳ କରିଦେଇଛି । ଆଉ ଏବେ ବି ଏହି କେସକୁ ଆହୁରି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ରାୟପୁରର ପ୍ରମାଣ ପୁଲିସ ପାଖରେ ଅଛି । ତଦନ୍ତ ଯଦି ଠିକ ବାଟରେ ନ ଯାଏ, ତେବେ ଧୀରେ ଧୀରେ ପରିସ୍ଥିତି ଅଣାୟତ ହେବ ବୋଲି ସେ କହିଛନ୍ତି ।
