ପୋଲାଭରମ ପ୍ରକଳ୍ପ : ପ୍ରଭାବିତ ହେବ ୨୫ ଗାଁ, ଜାଣନ୍ତୁ ରହିଛି କେଉଁ ଜିଲା
ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ ହେଲେ ବ୍ୟନ୍ୟାରେ ବଢ଼ିଯିବ ୨୫ଟି ଗାଁ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏହିସବୁ ଗାଁର ୬୯୨୩ ଲୋକ ପ୍ରଭାବିତ ହେବାର ଆଶଙ୍କା କରି ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏହାସହ ୬୭୭୧ ହେକ୍ଟର ଚାଷଜମି ଓ ୩୪୬୯ ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହୋଇପାରେ ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ।
ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି ଏବଂ ମୋହନ ଚରଣ ମାଝୀଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ୨ଠଠ୬ରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପର ବନ୍ୟା ପରିମାଣ (ଡିଜାଇନ୍ ଫ୍ଲଡ୍) ୩୬ ଲକ୍ଷ କ୍ୟୁସେକ୍ରୁ ୫ଠ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ସଂଶୋଧନ କରାଯାଇଛି । ପ୍ରକଳ୍ପର ବନ୍ୟା ପରିମାଣ ୫ଠ ଲକ୍ଷ କ୍ୟୁସେକ୍ ହେଲେ ମାଲକାନଗିରି ଜିଲ୍ଲାରେ ୨୫ଟି ଗାଁ ଓ ୬୯୨୩ ଲୋକ ପ୍ରଭାବିତ ହେବେ ।
ପୋଲାଭରମ ପ୍ରକଳ୍ପକୁ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଦ୍ୱାରା ପ୍ରଦ କାର୍ଯ୍ୟବନ୍ଦ ନିର୍ଦ୍ଦେଶନାମାକୁ ପୁନଃ ରହିତାଦେଶ ନଦେବାରୁ ଗତ ଜୁଲାଇ ୨ ତାରିଖରୁ ପ୍ରକଳ୍ପ କାର୍ଯ୍ୟ ର୍ବମାନ ପାଇଁ ବନ୍ଦ ରହିଛି । ଏହି ବନ୍ଧର ଉଚ୍ଚତା ଭୂମିସ୍ତରରୁ ପାଖାପାଖି ୧୫୮ ଫୁଟ୍ ରହିଛି । ଓଡ଼ିଶା ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ ବିରୋଧରେ ସୁପ୍ରିମକୋର୍ଟରେ ଏକ ମୂଳ ମକଦ୍ଦମା ଦାୟର କରିଛନ୍ତି । ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିର୍ବନ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟବନ୍ଦ ନିର୍ଦ୍ଦେଶନାମାର ପୁନଃ ରହିତାଦେଶକୁ ରଦ୍ଦ କରିବା ପାଇଁ ଓଡ଼ିଶା ସରକାର ଏକ ଇରଲୋକ୍ୟୁଟୋରି ଦରଖାସ୍ତ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ସୁପ୍ରିମ୍କୋର୍ଟରେ କେସ୍ର ଶୁଣାଣି ଜାରି ରହିଛି ।
ସେହିପରି ଗୋଟ୍ଟା ବ୍ୟାରେଜ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ରପ୍ରଦେଶରେ ରହିଥିବାରୁ ଏଥିଯୋଗୁ ଓଡ଼ିଶାର କୌଣସି ଗ୍ରାମବାସୀ ବିସ୍ଥାପିତ ହେଉନାହାନ୍ତି । ଆନ୍ଧ୍ର ପ୍ରଦେଶର ଶେଷ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁଯାୟୀ, ନେରେଡି ବ୍ୟାରେଜ୍ ନିର୍ମାଣ ହେତୁ ଓଡ଼ିଶା ଅ ଳରେ ଜଳମଗ୍ନତାକୁ ଏଡ଼ାଇବା ପାଇଁ ବନ୍ୟା ସୁରକ୍ଷା ପ୍ରାଚୀରର ଆବଶ୍ୟକତା ଓ ବ୍ୟାରେଜ ନିର୍ମାଣ ଓଡ଼ିଶାର ଗଜପତି ଜିଲ୍ଲାରେ ୧୩୨୬ ଏକ ଜମି ଅଧିଗ୍ରହଣର ଅ ।ବଶ୍ୟକତା ରହିଥିବା ମନ୍ତ୍ରୀ ଉର ଦେଇଛନ୍ତି । ଅନ୍ୟପକ୍ଷରେ ଝଞ୍ଜାବତୀ ନଦୀ ବନ୍ଧ ପ୍ରକଳ୍ପ ଯୋଗୁ ଓଡ଼ିଶାର କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ୍ରେ ୧ଠଟି ଗାଁ ସହିତ ୧୧୭୫ ଏକର ଜମି ପ୍ରଭାବିତ ହେବ ।
ମନ୍ତ୍ରୀ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଚିନ୍ତାଗୁଡ଼ା ଗ୍ରାମ ନିକଟରେ ଝଞ୍ଜାବତୀ ନଦୀରେ ଏକ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କରିବାକୁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ରହିଛି । ଏହା ଆନ୍ଧ୍ରପ୍ରଦେଶର ଥିବା ଝଞ୍ଜାବତୀ ପ୍ରକଳ୍ପଠାରୁ ପ୍ରାୟ ୧୮ କିମି ଉପରମୁଣ୍ଡରେ ଅବସ୍ଥିତ । ଅଦ୍ୟାବଧି ୧୫୪ କିମି ପରିମିତ ଝଞ୍ଜାବତୀ ନଦୀରେ କୌଣସି ବୃହ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଓଡ଼ିଶା ଦ୍ୱାରା ନିର୍ମାଣ ହୋଇନି । ସେହିପରି ବଂଶଧାରା ଟ୍ରିବ୍ୟୁନାଲ ରାୟକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ କେସ୍ ଦାଖଲ କରିଛନ୍ତି । ଏହି ମାମଲାର ଶେଷ ଶୁଣାଣି ଅ ।ସନ୍ତା ୮ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ଓଡ଼ିଶା-ଆନ୍ଧ୍ର ବିବାଦ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତି କରିଛନ୍ତି ଯେ ଦୁଇ ରାଜ୍ୟର ମୁଖ୍ୟ ସଚିବମାନେ ଏକ କମିଟି ଗଠନ କରି ସୁଚିନ୍ତିତ ଭାବେ ଉପରୋକ୍ତ ପ୍ରସଙ୍ଗରେ ବିଚାରବିମର୍ଶ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଲୋକଙ୍କ ହିତ ନିମନ୍ତେ ଏକ ସମାଧାନର ନିର୍ଯାସ ବାହାର କରିବେ ।
