ପୋଖରୀରେ ପକାଇଲେ ବିଷ : ୨ କ୍ୟୁଣ୍ଟାଲ ମାଛ ନଷ୍ଟ
ଜଳେଶ୍ୱର : ଜଳେଶ୍ୱର ବ୍ଲକର ଖୁଦିଆମାଝିସାହି ପଞ୍ଚାୟତର ବେହେରା ସାହି ଗ୍ରାମରେ ଥିବା ଚାଉଳିଆ ପୋଖରୀରେ କେହି ଦୁବୃତ୍ତ ବିଷ ପକାଇଦେବାରୁ ପୋଖରୀରେ ଥିବା ୨ କ୍ୟୁଣ୍ଟରୁ ଅଧିକ ମାଛ ମରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏହି ସରକାରୀ ପୋଖରୀକୁ ଗ୍ରାମର ତୃପ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ବର୍ଷ ଲାଗି ପଂଚାୟତ ପକ୍ଷରୁ ନିଲାମ ଦିଆଯାଇଥିବା ବେଳେ ଆକ୍ରୋସମୂଳକଭାବେ କେହି ଏଥିରେ ବିଷ ପକାଇଥିବା ଅନୁମାନ କରାଯାଉଛି । ଏପରିକି ପୋଖରୀପାଣି ଦୁଷିତ ହେବା ସହିତ ବେଙ୍ଗ, ସାପ ଇତ୍ୟାଦି ମଧ୍ୟ ମରିଯାଇଥିବା ଜଣାଯାଇଛି । ଏ ସମ୍ପର୍କରେ ଗୋଷ୍ଠୀ ପକ୍ଷରୁ ସରପଂଚକୁ ଜଣାଇବା ବେଳେ ରାଇବଣିଆ ଥାନାରେ ଅଭିଯୋଗ କରିଥିବା ସଂପାଦକ ସସ୍ମିତା ଦାଶ, ସଭାନେତ୍ରୀ ଜ୍ୟୋସ୍ନା ସାମଲ, ସିଆର୍ପି ମାନିନୀ ସାମଲ, ନନ୍ଦିତା ବେହେରା, ଅନୀତା ଘୋଷ, ଗୀତା ସିଂହ, କଳ୍ପନା ସାମଲ, ସୁକାନ୍ତି ଜେନା, ଆଲପନା ଦଳାଇ, ବିଦ୍ୟୁତ୍ପ୍ରଭା ଦାସ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
